ଖାଲି ଚାଲିଲେ ଆପଣ ସମ୍ପୂର୍ଣ୍ଣ ଫିଟ ରହିପାରିବେନି

ଚାଲିବା ଦ୍ୱାରା ସବୁ ସମସ୍ୟା ଦୂର ହେବନି

ଓଡିଶା ଭାସ୍କର: ସବୁବେଳେ ସମସ୍ତେ ଆମକୁ ଚାଲିବାକୁ ପରାମର୍ଶ ଦିଅନ୍ତି। ଆଉ ଚାଲିବା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ହିତକର। କିନ୍ତୁ କେବଳ ଚାଲିବା ଦ୍ୱାରା ଜଣେ ବ୍ୟକ୍ତି କଣ ସମ୍ପୂର୍ଣ୍ଣ ଫିଟ ରହିପାରିବ ? ସେଥିପାଇଁ ମାଂସପେଶୀକୁ ସଶକ୍ତ କରିପାରୁଥିବା ବ୍ୟାୟାମ ମଧ୍ୟ ନିହାତି ଆବଶ୍ୟକ।

ଚାଲିବା ଏକ ସହଜ ଉପାୟ। ଏଥିପାଇଁ କୌଣସି ସରଞ୍ଜାମ କି କଠିନ ପରିଶ୍ରମର ଆବଶ୍ୟକତା ନାହିଁ। ଏହାଦ୍ୱାରା ଅନେକ ଫାଇଦା ମଧ୍ୟ ହୋଇଥାଏ। କିନ୍ତୁ ଅନେକ ଫାଇଦା ସତ୍ତ୍ୱେ ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଚାଲିବାର ଲାଭ ସୀମିତ। ଚାଲିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହେବା ସହିତ ମାନସିକ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଅନେକ ଫାଇଦା ହୋଇଥାଏ। କିନ୍ତୁ ଆପଣ ଯଦି ନିଜକୁ ଅଧିକ ଫିଟନେସ ରଖିବାକୁ ଚାଁହୁଛନ୍ତି ତେବେ ଆପଣଙ୍କୁ ଏହାଠୁ ବି ଅଧିକ କିଛି କରିବାକୁ ପଡିବ।

ଅନେକ ବ୍ୟକ୍ତି ବିଶେଷଜ୍ଞଙ୍କ ମତରେ ଚାଲିବା ଦ୍ୱାରା ହୃଦୟ ଓ ଫୁସଫୁସକୁ ଫାଇଦା ମିଳିଥାଏ। କିନ୍ତୁ ଏହା ମାଂସପେଶୀ ଜନିତ କ୍ଷତି କିମ୍ବା ବୟସଜନିତ ହାଡ଼ର ଶକ୍ତି ହ୍ରାସ କ୍ଷମତାକୁ ରୋକିବାରେ ସହାୟକ ହୋଇ ନଥାଏ। ପ୍ରତି ସପ୍ତାହରେ ଜଣଙ୍କୁ ଅତିକମରେ ୧୫୦ରୁ ୩୦୦ ମିନିଟ ଧରି ହାଲୁକାରୁ ମଧ୍ୟମ ଧରଣର ଏରୋବିକ ବ୍ୟାୟାମ କରିବାକୁ ପଡ଼ିବ। ତେବେ ଖାଲି ଚାଲିଲେ ହେବ ନାହିଁ ସପ୍ତାହକୁ ଦୁଇ ଦିନ ମାଂସପେଶୀକୁ ସଶକ୍ତ କରିପାରୁଥିବା ବ୍ୟାୟାମ ମଧ୍ୟ ନିହାତି ଆବଶ୍ୟକ। ଅଧିକ ଚାଲିବା ଦ୍ୱାରା ବୟସ୍କଙ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଓ ମାଂସପେଶୀରେ ସମସ୍ୟା ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି।