fbpx

ବରଗଛ ଦ୍ୱାରା ଆପଣ ହୋଇପାରିବେ କୋଟିପତି, ହେଲେ ମାନିବାକୁ ଏହିସବୁ ନିୟମ

ଏ ଦୁନିଆଁରେ ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ଟଙ୍କା । ଟଙ୍କା ପାଇଁ ମଣିଷ ନିଜକୁ ଭୁଲିବାକୁ ପଛାଉ ନାହିଁ । ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ ଦିନରାତି ଏକ କରିଦିଅନ୍ତି । ବରଗଛକୁ ପୁରାଣରେ ଏକ ମହତ୍ତ୍ୱକାରୀ ବୃକ୍ଷ ରୂପେ ବର୍ଣ୍ଣନା କରାଯାଇଛି । ସେଥିପାଇଁ ଗାଁ ମାନଙ୍କରେ ମହିଳାମାନେ ବରଗଛ ମୂଳେ ଶନିଦେବଙ୍କୁ ପୂଜା କରିଥାନ୍ତି । ବରଗଛ ଦ୍ୱାରା ଆପଣଙ୍କ ଜୀବନରେ ଟଙ୍କାର ବର୍ଷା ହୋଇପାରିବ । ସେଥିପାଇଁ ଆପଣଙ୍କୁ ଅନେକ ନିୟମ ଅନୁସରଣ କରିବାକୁ ପଡ଼ିବ । ଆସନ୍ତୁ ଜାଣିବା ସେହିସବୁ ନିୟମ ବିଷୟରେ:-

– ମଙ୍ଗଳବାର ଦିନ ବରଗଛର ୧୧ଟି ପତ୍ରରେ ହନୁମାନଙ୍କ ସିନ୍ଦୁରରେ ନାମ ଲେଖି ନିଜ ନିଜର ଘରମାନଙ୍କରେ ରଖିଲେ ପରିବାରର ସୁଖ ସମୃଦ୍ଧି ହୋଇଥାଏ ।

– ଶନିବାର ଦିନରେ ବରଗଛର ଏକ ଛୋଟ ଡାଳକୁ ଆଣି ଘରେ ରଖିଲେ ଘରୁ ଅନିଷ୍ଟକାରୀ ଶକ୍ତି ଦୂରେଇ ଯାଇଥାଏ । ବରଗଛରେ ଧଳା ସୂତାକୁ ୧୧ ଥର ବାନ୍ଧି ଜଳ ଢାଳିଲେ ପରିବାରରୁ ଦାରିଦ୍ର୍ୟ ଦୂର ହୋଇ ଯାଇଥାଏ ।

– ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ଦିନ ପାନ, ଗୁଆ ଓ ଏକ କଏନ୍ ରଖିଦିଅନ୍ତୁ । କିଛିଦିନ ପରେ ନିଶ୍ଚୟ ବ୍ୟବସାୟରେ ସଫଳତା ମିଳିବ । ବରଗଛରେ ହଳଦିଆ ରଙ୍ଗର ସୂତା ବାନ୍ଧିବା ଫଳରେ ବେପାରେ ଲାଭ ହୋଇଥାଏ ବୋଲି କୁହାଯାଏ ।

– ଶନିବାର ଦିନ ନଡ଼ିଆକୁ ନାଲି କପଡ଼ାରେ ଗୁଡ଼ାଇ ବରଗଛ ମୂଳେ ରଖି ଦିୟନ୍ତୁ । ଆପଣଙ୍କର କର୍ମମୟ ଜୀବନରେ ଏହାର ସୁପ୍ରଭାବ ନିଶ୍ଚୟ ପଡ଼ିବ ।

Get real time updates directly on you device, subscribe now.