fbpx

ଆଧାର-ପ୍ୟାନ ଲିଙ୍କ କରିନଥିଲେ ଆପଣଙ୍କୁ ସହିବାକୁ ପଡ଼ିବ ୧୦ଟି ବଡ଼ କ୍ଷତି

ନୂଆଦିଲ୍ଲୀ: ଆଧାର-ପ୍ୟାନ ଲିଙ୍କ କରାଇବାର ଶେଷ ତାରିଖ ସମାପ୍ତ ହୋଇଯାଇଛି । ଗତ ଜୁନ୍ ମାସ ୩୦ ତାରିଖ ଲିଙ୍କ କରିବାର ଶେଷ ଦିନ ରହିଥିଲା । ଯେଉଁମାନେ ସେମାନଙ୍କର ପ୍ୟାନ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି ଏବେ ସେମାନଙ୍କର ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯାଇଛି । ଲିଙ୍କ କରିନଥିଲେ ଆପଣଙ୍କ ପାଇଁ ଡିପୋଜିଟ, ଟ୍ରାଞ୍ଜାକସନ, ଲୋନ ଓ କ୍ରେଡିଟ କାର୍ଡ ସହ ଜଡ଼ିତ କାର୍ଯ୍ୟ ମୁସ୍କିଲ ହୋଇପାରେ । ଏପରି କ୍ଷେତ୍ରରେ ଆପଣ ୧୦ଟି ବଡ଼ କ୍ଷତି ସହିପାରନ୍ତି ।
୧- ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ (ସିବିଡିଟି) ମୁତାବକ, ଟ୍ୟାକ୍ସ ପ୍ରଦାତ୍ତା ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ, ମାତ୍ର ନିଷ୍କ୍ରିୟ ପ୍ୟାନର ବ୍ୟବହାର କରି ରିଫଣ୍ଡ ପାଇଁ କ୍ଲେମ୍ କରିପାରିବେ ନାହିଁ ।

୨- ଶେୟାର ବ୍ୟତୀତ ଅନ୍ୟ କୌଣସି ସିକ୍ୟୁରିଟିର କ୍ରୟ-ବିକ୍ରୟ କ୍ଷେତ୍ରରେ ୧ ଲକ୍ଷରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ ନାହିଁ ।

୩- ଡିମାଟରେ ଆକାଉଣ୍ଟ ଖୋଲି ପାରିବେ ନାହିଁ । ଏଥିସହିତ ମ୍ୟୁଚୁଆଲ ଫଣ୍ଡ ୟୁନିଟ କିଣିବା ପାଇଁ ୫୦ ହଜାରରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ ନାହିଁ ।

୪- ୧୦ ଲକ୍ଷରୁ ଟଙ୍କାରୁ ଅଧିକ ସମ୍ପତ୍ତି କିଣାବିକା ଉପରେ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିବ ।

୫- ଗୋଟିଏ ଆର୍ଥିକ ବର୍ଷରେ ୫୦ ହଜାର ଟଙ୍କାରୁ ଅଧିକ ବୀମା ପଲିସୀ ବା ପ୍ରିମିୟମ ଭରିପାରିବେ ନାହିଁ ।

୬- କ୍ରେଡିଟ କାର୍ଡ ଓ ଡେବିଡ କାର୍ଡ ପାଇଁ ଆବେଦନ କରିପାରିବେ ନାହିଁ ।

୭- ଯାନବାହାନ କିଣାବିକା କ୍ଷେତ୍ରରେ ଅଧିକ ଟ୍ୟାକ୍ସ ଦେବାକୁ ପନିବ ।

୮- ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଓ ସେଭିଙ୍ଗ ଖାତାକୁ ଛାଡ଼ି ଅନ୍ୟ କୌଣସି ଆକାଉଣ୍ଟ ଖୋଲିପାରିବେ ନାହିଁ ।

୯- ଯେଉଁ କମ୍ପାନୀମାନେ ଷ୍ଟକ ଏକ୍ସଚେଞ୍ଜରେ ଲିଷ୍ଟେଡ ନାହାନ୍ତି, ସେଗୁଡ଼ିକର ଶେୟାର କିଣାବିକା ପାଇଁ ପ୍ରତି ପ୍ରତି ଟ୍ରାଞ୍ଜାକସନ ଏକ ଲକ୍ଷରୁ ଅଧିକ ଭରଣା କରିପାରିବେ ନାହିଁ ।

୧୦- କୌଣସି ସେବାର କିଣାବିକା ପାଇଁ ପ୍ରତି ଟ୍ରାଞ୍ଜାକସନ ୨ ଲକ୍ଷରୁ ଅଧିକ ଭରଣା କରୁଥିଲେ ଅଧିକ ଟ୍ୟାକ୍ସ ଲାଗିବ ।

Get real time updates directly on you device, subscribe now.