ବିଚ୍ ରାସ୍ତାରେ ଯୁବତୀଙ୍କୁ ପିଟିଲା ୧୦ ବର୍ଷର ବାଳକ ଆଉ ତା’ପରେ…

ବେଙ୍ଗାଲୁରୁ: ୧୦ ବର୍ଷର ପିଲା ଯୁବତୀଙ୍କୁ ଦେଲା ନିର୍ଯାତନା । ଏକୁଟିଆ ଯୁବତୀଙ୍କୁ ଦେଖି ପ୍ରଥମେ ଫଲୋ କଲା । ତା’ ପରେ ଖରାପ୍ କମେଣ୍ଟ ମାରିବା ସହ ମୋତେ ପିଟିଲା । ଏମିତି କିଛି ଅଭିଯୋଗ କରିଛନ୍ତି ନେହା ବିଶ୍ୱାଳ ନାମକ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ନେହା ଶେୟାର କରିଛନ୍ତି । ବେଙ୍ଗାଲୁରୁର ବିଟିଏମ୍ ଲେଆଉଟରେ ପେଇଙ୍ଗ ଗେଷ୍ଟ ଭାବେ ରୁହନ୍ତି ନେହା । ମଙ୍ଗଳବାର ସନ୍ଧ୍ୟାବେଳେ ସେ ବ୍ଲଗିଂ ପାଇଁ ଭିଡିଓ କରି ରାସ୍ତାରେ ଯାଉଥିଲେ । ସେ ସମୟରେ ଗୋଟେ ୧୦ ବର୍ଷର ପିଲା ହାଠାତ ତାଙ୍କୁ ଫଲୋ କରିବା ଆରମ୍ଭ କରିଥିଲା ।

ତା’ ପରେ ସେ ଯୁବତୀଙ୍କ ପାଖକୁ ଯାଇ ଅଭଦ୍ର କମେଣ୍ଟ ଦେଇ ତାଙ୍କୁ ପିଟିବାରେ ଲାଗିଲା । ନେହା ଚିତ୍କାର କରିବା ପରେ ସେଠାରେ ଥିବା ଲୋକ ପିଲାଟିକୁ କାବୁ କରିଥିଲେ । କେତେଜଣ ରାଗରେ ପିଲାଟିକୁ ପିଟିବା ମଧ୍ୟ ଆରମ୍ଭ କଲେ । କିନ୍ତୁ ପରବର୍ତ୍ତୀ ସମୟରେ ନେହା ଉଦାରତା ଦେଖାଇ ପିଲାଟିକୁ ଛାଡ଼ିବା ପାଇଁ କହିଥିଲେ । ଯୁବତୀ ଜଣକ ଏ ସମ୍ପର୍କରେ ଥାନାରେ ଜଣାଇଛନ୍ତି । ପୋଲିସ ଏ ଦିଗରେ ଯାଞ୍ଚ କରିବା ସହ ସମାନ ଘଟଣା ନ ଘଟିବା ପାଇଁ ପ୍ରତିଶ୍ରୁତି ଦେଇଛି ।