Pahalgam Attack Reels ଦେଖିଲେ ବୋଲି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଫୋପାଡ଼ିବାକୁ ବାହାରିଲେ ମୁସଲମାନ ଯୁବକ
ପୋଲିସ ଆରମ୍ଭ କରିଛି ଯାଞ୍ଚ । ଦୁର୍ବୃତ୍ତଙ୍କ ପରିଚୟ ମିଳିନି ।
ଇନ୍ଦୋର: ରେଳବାଇ ପୋଲିସ ପକ୍ଷରୁ ସୋମବାର ଏକ ଏଫଆଇଆର୍ ଦାଏର କରାଯାଇଛି । ୨ ଜଣଲୋକ ୨୩ ବର୍ଷୀୟ ଯୁବକଙ୍କୁ ଟ୍ରେନ୍ ଭିତରେ ମାଡ଼ ମାରିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଛି ।
ଯୁବକଜଣକ ଭୋପାଳ-ଇନ୍ଦୋର ପାସେଞ୍ଜର ଟ୍ରେନ୍ଷର ଯିବା ସମୟରେ ପହଲଗାମ୍ ଆଟାକର ରିଲ୍ସ ଦେଖୁଥିବାବେଳେ ତାଙ୍କ ଉପରେ ୨ ଯୁବକ ଆକ୍ରମଣ କରିଥିଲେ । ମାଡ ମାରିବା ସହ ଚଳନ୍ତା ଟ୍ରେନରୁ ଠେଲି ଦେବା ନେଇ ଉଦ୍ୟମ କରିଥିଲେ ।
ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ ଓ ଯାତ୍ରୀଙ୍କ ବୟାନ ଆଧାରରେ ନିଆଯିବ ବଡ଼ ନିଷ୍ପତ୍ତି ।
ଦୁର୍ବୃତ୍ତମାନେ ପ୍ରଥମେ ଯୁବକଙ୍କ ସହ ଯୁକ୍ତିତର୍କ କରି ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ଏହାପରେ ଯୁବକଙ୍କୁ ସେମାନେ ମାଡ଼ ମାରିଥିଲେ । ସେମାନଙ୍କ ଚିହ୍ନଟ କରିବା ପାଇଁ ରେଳବାଇ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି ।
ସୂଚନା ମୁତାବକ ୨ ମୁସଲମାନ ଯୁବକ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା କୁହାଯାଉଛି । ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ତଦନ୍ତ ଆରମ୍ଭ ହୋଇଛି ।