fbpx

ଭୟାନକ କିଙ୍ଗ କୋବ୍ରାକୁ ଜବତ କଲେ ଯୁବକ: କ୍ଷେତରେ ପଶି ଆତଙ୍କ ମଚାଇଥିଲା ୧୩ ଫୁଟ ଲମ୍ବର ସାପ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଜଣେ ଚାଷୀଙ୍କ କ୍ଷେତରୁ ଏକ ଭୟଙ୍କର ବିଶାଳକାୟ ସାପ ଉଦ୍ଧାର କରାଯାଇଛି । ୧୩ ଫୁଟ ଲମ୍ବର ଏହି କିଙ୍ଗ କୋବ୍ରାକୁ ଚାଷୀ ଏବଂ ଅନଞ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ସେ ସ୍ନେକ ହେଲପଲାଇନର ସାହାଯ୍ୟ ନେଇଥିଲେ । ଖବର ପାଇଁ ଜଣେ ଯୁବକ ଏହି ଭୟାନକ ସାପକୁ ଉଦ୍ଧାର କରିଛନ୍ତି ।

ଏହି ଚାଷୀଙ୍କ ନାମ ହେଉଛି ସୈଦାରାବ । କ୍ଷେତରେ ଏହି ବିଶାଳକାୟ ସାପକୁ ଦେଖି ଇଷ୍ଟର୍ଣ୍ଣ ଘାଟ ୱାଇଲ୍ଡ ଲାଇଫ ସୋସାଇଟିକୁ ଜଣାଇଥିଲେ । ଏହାପରେ ଜଣେ ସାପ ଧରାଳୀ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ନିଜ କଳା ଏବଂ କୌଶଳରେ କିଙ୍ଗ କୋବ୍ରାକୁ ଉଦ୍ଧାର କରି ବନ୍ତଲମିଡି ଜଙ୍ଗଳରେ ଛାଡିଛନ୍ତି ଭେଙ୍କଟେଶ । ଅତି ଚାଲାକି ଏବଂ ସତର୍କକତାର ସହ କିଙ୍ଗ କୋବ୍ରାକୁ ସେ ଜବତ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Get real time updates directly on you device, subscribe now.