fbpx

(Video) ମୁଖ୍ୟମନ୍ତ୍ରୀଙ୍କ ରାଲି ଦେଖିବା ପାଇଁ ଛାତରେ ଝୁଲି ପଡ଼ିଲେ ଯୁବକ: ଅଳ୍ପକେ ବଞ୍ଚିଲା ଜୀବନ….

ଅହମ୍ମଦାବାଦ: ଶନିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ଗୁଜରାଟ ଗସ୍ତରେ ଅହମ୍ମଦାବାଦ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତିକୁ ନେଇ କେଜ୍ରିଓ୍ଵାଲ ଏବଂ ମାନ ଦୁଇ ଦିନିଆ ଗୁଜରାଟ ଗସ୍ତରେ ପହଞ୍ଚିଛନ୍ତି। ତେବେ ଅହମ୍ମଦାବାଦରେ କେଜ୍ରିଓ୍ଵାଲ ଏବଂ ଭଗଓ୍ଵନ୍ତ ମାନଙ୍କ ରାଲି ସମୟରେ ବହୁତ ବଡ ଦୁର୍ଘଟଣା ଟଳି ଯାଇଛି। ରାଲି ଦେଖିବା ଚକ୍କରରେ ଜଣେ ଯୁବକ ଛାତରେ ଝୁଲି ପଡିଛନ୍ତି। କୌଣସି ମତେ ତାଙ୍କ ସାଥୀମାନେ ଯୁବକଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି।

ଶନିବାର କେଜ୍ରିଓ୍ଵାଲ ଏବଂ ଭଗଓ୍ଵନ୍ତ ମାନ ଉଭୟ ସାବରମତୀ ଆଶ୍ରମରେ ଚରଖାରେ ସୁତା କାଟିଛନ୍ତି। ଦୁଇ ନେତା ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଗସ୍ତ କରିଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି।

ସାବରମତୀ ଆଶ୍ରମରେ କିଛି ସମୟ ବିତାଇବା ସମୟରେ କେଜ୍ରିଓ୍ଵାଲ ଏବଂ ଭଗଓ୍ଵନ୍ତ ମାନ ଅହମ୍ମଦାବାଦରେ ଏକ ରାଲିରେ ଯୋଗ ଦେଇଥିଲେ। ତେବେ ରାଲି ସମୟରେ ବଡ ଦୁର୍ଘଟଣା ଟଳି ଯାଇଛି। ଏଏନଆଇ ଅନୁଯାୟୀ, ରୋଡ୍ ଶୋର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଛାତରୁ ରାଲି ଦେଖୁଥିଲେ। ସେହି ସମୟରେ ସେ ନିୟନ୍ତ୍ରଣ ହରାଇଥିଲେ ଏବଂ ଛାତରେ ଓହଳି ରହିଥିଲେ। ତେବେ ସେଠାରେ ଉପସ୍ଥିତ ଅନ୍ୟ ସାଥୀମାନେ ତାଙ୍କୁ କୌଣସି ମତେ ଉଦ୍ଧାର କରିଥିଲେ।

Get real time updates directly on you device, subscribe now.