fbpx

ଲିଭ-ଇନ ପାର୍ଟନର କଲେ ଯୁବତୀଙ୍କ ହତ୍ୟା : ଛାତି ଏବଂ ମୁଣ୍ଡକୁ ମାରିଲେ ଗୁଳି

ଉତ୍ତରପ୍ରଦେଶ : ଦିନ କୁ ଦିନ ଆମ ଦେଶରେ ହତ୍ୟାକାଣ୍ଡର ମାମଲା ବଢିବାରେ ଲାଗିଛି । କୁହାଯାଉଛି ଯେ, ପ୍ରେମରେ ଉଭୟ ପରସ୍ପର ପାଇଁ ଜୀବନ ଦେଇ ଦିଅନ୍ତି । କିନ୍ତୁ ଆଜିକା ଯୁଗରେ ପ୍ରେମିଯୁଗଳ ମଧ୍ୟରେ ଯଦି କୌଣସି ତିକ୍ତତା ଆସେ, ସେତେବେଳେ କେତେକ ମାମଲାରେ ପ୍ରେମିକ ପ୍ରେମିକାର ଜୀବନ ନିଏ ତ ଆଉ କେତେକ ମାମଲାରେ ପ୍ରେମିକା ପ୍ରେମିକର ଜୀବନ ନିଏ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ ତାଙ୍କ ଲିଭ-ଇନ ପାର୍ଟନର ଗୁଳି ମାରି ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତ ନିଜେ ଆତ୍ମସମର୍ପଣ କରିଥିଲେ ।

ସୂଚନା ଅନୁସାରେ, ରିୟା ନାମକ ଜଣେ ଯୁବତୀ ଯାହାର କି ପୂର୍ବରୁ ଛାଡପତ୍ର ହୋଇଯାଇଛି । ଯୁବତୀ ଜଣକ ପାରାଡାଇଜ ର୍କିଷ୍ଟାଲ ଆପାର୍ଟମେଣ୍ଟର ରୁମ ନଂ ୨୦୩ରେ ରହୁଥିଲେ । ଲକ୍ଷ୍ନୌର ସୁଶାନ୍ତ ଗୋଲ୍ଫ ସହରର ଥାନା ଅଞ୍ଚଳ ସ୍ଥିତ ପାରାଡାଇଜ ଆପାର୍ଟ ମେଣ୍ଟରେ ସି ବ୍ଲକରେ ଋଷଭ ସିଂ ଭଦୋରିଆ ନାମକ ଜଣେ ପୁରୁଷ ରିୟାଙ୍କ ସହ ଲିଭ-ଇନରେ ରହୁଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଧିରେ ଧିରେ ଏହି ଝଗଡା ବୃଦ୍ଧି ପାଇବାରେ ଲାଗିଲା, ଝଗଡା ମଧ୍ୟରେ ଋଷଭ ରାଗର ବସବର୍ତ୍ତୀ ହୋଇ ରିୟାଙ୍କୁ ଗୁଳି ମାରିଥିଲେ । ଯାହାଫଳରେ କି ରିୟାଙ୍କ ମୃତ୍ୟୁ ହୋଇଗଲା ।

ଏଭଳି ଲଜ୍ଜ୍ୟା ଜନକ ଘଟଣା କରିବା ପରେ ଋଷଭ ପୋଲିସର ସାମ୍ନାକୁ ଯାଇ ଆତ୍ମସମପର୍ଣ୍ଣ କରିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଶବକୁ ସେଠାରୁ ଉଦ୍ଧାର କରିଥିଲା । ଏହାପରେ ବ୍ୟବଚ୍ଛେଦ ପାଇଁ ଶବକୁ ହସ୍ପିଟାଲକୁ ପଠାଗଲା । ପୋଲିସଙ୍କ କହିବା ଅନୁସାରେ ଅଭିଯୁକ୍ତ ଜଣଙ୍କ ରିୟାଙ୍କର ମୁଣ୍ଡ ଏବଂ ଛାତିକୁ ଗୁଳି ମାରିଥିଲା । ଘଟଣା ପଛର କାରଣ ଜାଣିବା ପାଇଁ, ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.