ଅନୁଗୁଳ(ଓଡ଼ିଶା ଭାସ୍କର): ଅନୁଗୁଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ଜରପଡ଼ା ଥାନା ଦୁର୍ଗାପୁର ଗାଁର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଯୁବକ ଜଣକ ମେରୁଯାତ୍ରା ଦେଖିବା ପାଇଁ ଯାଇଥିଲେ । ଗାଁ ଠାରୁ ୨୦୦ ମିଟର ଦୂର ଏକ ପିଣ୍ଡି ଉପରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଶବକୁ ଉଦ୍ଧାର କରିବା ସହ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।
ସେହିପରି ଭୁବନେଶ୍ୱର ନାଲକୋ ଛକରେ ଥିବା ଏକ ଗଛରେ ଝୁଲିଛି ଯୁବକଙ୍କ ମୃତଦେହ । ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ ଟାଙ୍ଗିଦେଇ ଯାଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ବେକରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେ ତଳେ ବସିରହିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।