fbpx

ବଢ଼ିଲା ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ରାଶି, ଭିଡିଓ ବନାଇ ଆପଣ ବି ଜିତିପାରିବେ ୧ ଲକ୍ଷ ଟଙ୍କା (Video)

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁରକ୍ଷା ସୁରକ୍ଷା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥିତିରେ ଜାତୀୟ ସଡ଼କ ସୁରକ୍ଷା ନିମନ୍ତେ ପ୍ରଦର୍ଶିତ ହେବାକୁ ଥିବା ଭିଡିଓ ପାଇଁ ପୁରସ୍କାର ରାଶି ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରାଶି ୫୦ ହଜାର ଟଙ୍କା ରହିଥିବା ବେଳେ ଏବେ ତାହା ୧ ଲକ୍ଷକୁ ବୃଦ୍ଧି କରାଯାଇଛି । ପ୍ରଥମ ରନର୍ସ ଅପଙ୍କୁ ୮୦ ହଜାର ଓ ଦ୍ୱିତୀୟ ରନର୍ସ ଅପଙ୍କୁ ୬୦ ହଜାର ଟଙ୍କା ପୁରସ୍କାର ମିଳିବ ।

ତେବେ ଆସନ୍ତା ଜୁନ୍ ମାସ ୧୮, ୧୯ ତାରିଖରେ ଏହି ମହୋତ୍ସବ ରାଉରକେଲାରେ ଓ ୨୪, ୨୫ରେ ପୁରୀଠାରେ ଆୟୋଜନ କରାଯିବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏନେଇ ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ଉତ୍ସାହକୁ ଦେଖି ଅଧିକ ସଂଖ୍ୟକ ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ଏହି ଉତ୍ସବ ଓଡ଼ିଆ ଓ ଅଣଓଡ଼ିଆ ବର୍ଗଙ୍କ ପାଇଁ କରାଯାଇଛି । ଚଳଚ୍ଚିତ୍ର ଶିଳ୍ପର ବୃତ୍ତିଗତ, ଅଣବୃତ୍ତିଗତ, ବିଭିନ୍ନ ବର୍ଗର ବିଶିଷ୍ଟ ବର୍ଗଙ୍କର ଏକ ବିଚାରକ ମଣ୍ଡଳୀ ବିଜେତାମାନଙ୍କୁ ମନୋନୀତ କରିବେ ।

ଏହି ମହୋତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ବାବଦରେ ପ୍ରତି ବିଭାଗରେ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ । ଓଡ଼ିଆ ଓ ଅଣଓଡ଼ିଆ ବର୍ଗରେ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିପାଇଁ ଆବେଦନର ଶେଷ ତାରିଖ ରହିଛି ଜୁନ ମାସ ୩ ତାରିଖ । ଭିଡିଓ ଏଚଡି ଫର୍ମାଟରେ ରହିବା ସହ ଏହା ଦୁଇ ମିନିଟର ହେବା ଦରକାର । ଏ ବିଷୟରେ ଅଧିକ ଜାଣିବା ପାଇଁ odishatransport.gov.inକୁ ପରିଦର୍ଶନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.