fbpx

ରଦ୍ଦ ହେଉଛି ଗୋଟିଏ ପରେ ଗୋଟିଏ ରାସନ କାର୍ଡ: ଗ୍ରାହକଙ୍କୁ ସରକାର ଦେଲେ ବଡ ଝଟକା

ନୂଆଦିଲ୍ଲୀ: ଦେଶର ରାସନ୍ କାର୍ଡଧାରୀମାନଙ୍କ ପାଇଁ ଆସିଛି ବଡ ଖବର । ଧିରେ ଧିରେ ଗୋଟି ପରେ ଗୋଟିଏ ରାସନ କାର୍ଡ ଉପରେ ଏବେ ଆକ୍ସନ ନେଉଛନ୍ତି ସରକାର । ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଏବେ ମାଗଣା ରାସନ ସେବାରୁ ବଞ୍ଚିତ ହେବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ତରପର ମିଳିଥିବା ସୂଚନା ଅନୁଯାୟୀ, ହିତାଧିକାରୀଙ୍କ ଡକ୍ୟୁମେଣ୍ଟ ନକଲି ହୋଇଥିଲେ, ସେମାନଙ୍କ ରାସନ କାର୍ଡ ରଦ୍ଦ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ରିପୋର୍ଟ ମୁତାବକ, ଦେଶରେ ପ୍ରାୟ ୧୦ ଲକ୍ଷ ଲୋକ ନକଲି ଡକ୍ୟୁମେଣ୍ଟ ଦେଇ ମାଗଣା ରାସନ ଯୋଜନା ଅଧୀନରେ ଲାଭବାନ ହେଉଛନ୍ତି । ଏବେ ସେମାନଙ୍କ ବିରୋଧରେ ଆକ୍ସନ ନେଉଛନ୍ତି କେନ୍ଦ୍ର ସରକାର । ଏହି ଲୋକମାନଙ୍କ ରାସନ କାର୍ଡ ଏବେ ରଦ୍ଦ କରି ଦିଆଯିବ ବୋଲି ସରକାର ପ୍ରକାଶ କରିଛନ୍ତି । ତେବେ ଏହା ମଧ୍ୟରେ ପ୍ରାୟ ୧୦ ଲକ୍ଷଲୋକଙ୍କ ରାସନ କାର୍ଡ ଚିହ୍ନଟ କରାଯାଇଛି । ଏହାର ଏକ ଲିଷ୍ଟ ତିଆରି କରିବା ପରେ ସମସ୍ତ କାର୍ଡ ଏବେ ରଦ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏବେ ଦେଶରେ ପ୍ରାୟ ୮୦ କୋଟି ଲୋକ ଫ୍ରି ରାସନର ସୁବିଧା ଉପଭୋଗ କରିଛନ୍ତି ।

ରାସନ କାର୍ଡ ପାଇଁ ଯୋଗ୍ୟ ହୋଇ ନଥିବା ହିତାଧିକାରୀମାନଙ୍କ ତାଲିକା ଡିଲରଙ୍କ ପାଖକୁ ପଠାଯିବ ବୋଲି କହିଛନ୍ତି ସରକାର । ଏହାପରେ ସରକାରଙ୍କ ତରଫରୁ ଏହି ଲୋକମାନଙ୍କୁ ରାସନ ଦେବା ବନ୍ଦ କରି ଦିଆଯିବ । ଡିଲର ଏହି ନାମ ଚିହ୍ନଟ କରି ଏହି କାର୍ଡଧାରୀମାନଙ୍କ ରିପୋର୍ଟ ଜିଲ୍ଲା ମୁଖ୍ୟାଳୟକୁ ପଠାଇବେ । ସେଠାରେ ଏହି କାର୍ଡ ପାଇଁ ଅଯୋଗ୍ୟ ହିତାଧିକାରୀମାନଙ୍କ ନାମ ରଦ୍ଦ କରି ଦିଆଯିବ ।

Get real time updates directly on you device, subscribe now.