fbpx

ପ୍ରଥମ ମ୍ୟାଚର ପରାଜୟ ଭୁଲି ମଇଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ, ବିଜୟ ପାଇଁ ସବୁ ଶକ୍ତି ଖଟାଇବ: ୟୁସୁଫ ପଠାଣ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ୟୁସୁଫ ପଠାଣ କହିଛନ୍ତି ଯେ ଭାରତ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ହାର ମାନ ଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ସଫଳ ହେବା ସହିତ ପୁଣି ଥରେ ଟାଇଟଲ ଜିତିବା ସୁଯୋଗ ରହିଛି । ଆସନ୍ତା ୩୧ ତାରିଖ ଦିନ ଭାରତ ସୁର ୧୨ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ ନ୍ୟୁଜିଲାଣ୍ଡ ବିରୋଧରେ ଖେଳିବ । ତେଣୁ ଏହି ମ୍ୟାଚରେ ବିଜୟୀ ହେବା ଭାରତ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚରେ ଭାରତ ସଫଳ ହେଲେ ସୁପର ପର୍ଯ୍ୟାୟର ଅବଶିଷ୍ଟ ତିନି ମ୍ୟାଚ ନିଶ୍ଚିତ ଜିତି ପାରିବ ।

ତେଣୁ କୋହଲି ବାହିନୀ ସମସ୍ତ ଶକ୍ତି ଖଟାଇ ଯେ କୌଣସି ମତେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ଜିତିବା ଦରକାର । ତେଣୁ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ପରାଜୟ ଭୁଲି ଭାରତୀୟ ଦଳ ନୂଆ ଉତ୍ସାହ ନେଇ ମଇଦାନକୁ ଓହ୍ଲାଇଲେ ବରାବର ବିଜୟୀ ହେବ । ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ଅତି ଦକ୍ଷ ଓ ଅଭିଜ୍ଞ । ତେଣୁ ନ୍ୟୁଜିଲାଣ୍ଡ ଚାଲେଞ୍ଜକୁ କିରି ମୁକାବିଲା କରିବାକୁ ହେବ ସେଥିାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକତା ରହିଛି ।

Get real time updates directly on you device, subscribe now.