fbpx

ନିଷ୍ଠୁର କମ୍ପାନୀ, ୧୦୪ ଦିନ ଲଗାତର କାମ କରାଇବାରୁ ଯୁବକଙ୍କ ମୃତ୍ୟୁ, କୋର୍ଟ କଲେ କଡା ଦଣ୍ଡବିଧାନ

ନୂଆଦିଲ୍ଲୀ: କଥାରେ ଅଛି କର୍ମ ହିଁ ପୂଜା । ହୁଏତ ଏହି ଲୋକ କଥାକୁ ଚୀନର ଏକ କମ୍ପାନୀ ଗୁରୁତର ସହ ନେଇଗଲା । ତେଣୁ କର୍ମଚାରୀଙ୍କୁ ୧୦୪ ଦିନର ଲମ୍ବା କାମ କରାଇବା ବେଳେ ଦେଇଥିଲା ମାତ୍ର ଗୋଟିଏ ଦିନର ଛୁଟି । ଫଳ ଏମିତି ହେଲା କି, ଆରାମ ଅଭାବରୁ ଜଣେ ୩୦ ବର୍ଷର ଯୁବକ ଅସୁସ୍ଥ ହୋଇପଡିଲେ । ଚିକିତ୍ସା ଆରମ୍ଭ ହେଲା, ହେଲେ ସେ ଭଲ ହେବା ବଦଳରେ ତାଙ୍କ ସବୁ ଅଙ୍ଗ ଧୀରେ ଧୀରେ ଅଚଳ ହୋଇଗଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା ।

ଯୁୁବକଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଯେତେବେଳେ କମ୍ପାନୀକୁ ଏଥିପାଇଁ ଦୋଷ ଦେଲେ କମ୍ପାନୀ ନିଜ ଦୋଷ ମାନିବାକୁ ରାଜି ନ ଥିଲା । ତେଣୁ ପରିବାର କୋର୍ଟଙ୍କ ଆଶ୍ରୟ ନେଇଥିଲା । କୋର୍ଟ ଘଟଣାକୁ ଗମ୍ଭୀରତା ସହ ନେଇ କମ୍ପାନୀକୁ ମୋଟା ଅଙ୍କର ଜରିମାନା କରିଛନ୍ତି । ଘଟଣାଟି ଘଟିଛି ଚୀନର ଝୋଝିୟାଙ୍ଗ ରାଜ୍ୟର ଜୁଶାନ ସହରରେ ।

ସହରର ଅବାଓ ନାମକ ୩୦ ବର୍ଷୀୟ ଯୁବକ ଏକ କମ୍ପାନୀରେ ପେଣ୍ଟର ରୂପେ ଚଳିତ ବର୍ଷ ଜାନୁଆରୀରେ କାମ ପାଇଥିଲେ । ତାଙ୍କ କାମ ଫେବୃଆରୀରୁ ମେ ମାସ ଯାଏଁ ଚାଲିଥିଲା । ଏହି ସମୟ ମଧ୍ୟରେ କମ୍ପାନୀ ତାଙ୍କୁ ମାତ୍ର ଗୋଟିଏ ଛୁଟି ଦେଇଥିଲା । ଲଗାତର ସବୁ ଦିନ କାମ କରାଉଥିଲା । ତେଣୁ ବିଶ୍ରାମ ଅଭାବରୁ ତାଙ୍କ ମୃତ୍ୟୁ ହୋଇଥିଲା ।

କୋର୍ଟ ଏଥିରେ କମ୍ପାନୀକୁ ୪ ଲକ୍ଷ ୟୁଆନ ବା ୪୭.୧୯ ଲକ୍ଷ ଜରିମାନା କରିବା ସହ ମୃତକଙ୍କ ପରିବାରରୁ ଜରିମାନା ଭରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚୀନର ଲେବର ଲ ମୁତାବକ କର୍ମଚାରୀଙ୍କୁ ଦୈନିକ ୮ ଘଣ୍ଟା କାମ ସହ ସପ୍ତାହରେ ୪୪ ଘଣ୍ଟା କାମର ନିର୍ଦ୍ଦେଶ ରହିଛି ।

 

Get real time updates directly on you device, subscribe now.