ଅଧାବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଯୁବକଙ୍କ ଜୀବନ

ବାଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଚାଲିଗଲା ଯୁବକଙ୍କ ଜୀବନ ।

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଅଘଟଣ । ବାଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଚାଲିଗଲା ଯୁବକଙ୍କ ଜୀବନ ।

ସୂଚନାମୁତାବକ, ରୋଗୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଘାଟିରେ ଖରାପ ହୋଇଗଲା 108 ଆମ୍ବୁଲାନ୍ସ । ଅଧାବାଟରେ ଅଟକି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି 20 ବର୍ଷିୟ ଯୁବକ । ପୁଅକୁ ବଞ୍ଚାଇବା ପାଇଁ ରାସ୍ତାରେ ଯାଉଥିବା ଗାଡ଼ିକୁ ସାହଯ୍ୟ ମାଗିଥିଲେ ପରିବାର ଲୋକ । ହେଲେ ରାତି ବେସି ହୋଇଯାଇଥିବାରୁ ବାଟରେ କୌଣସି ଗାଡି ଅଟକିଲେ ନାହିଁ ।

ଏଭଳି ଭାବରେ ଦୀର୍ଘ 3 ଘଣ୍ଟା ଧରି ଯୁବକ ଜଣଙ୍କ ଆମ୍ବୁଲାନ୍ସ ଭିତରେ ପଡି ରହିଥାନ୍ତି । ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ରା ଦୁଃଖର ବିଷୟ ମେଡିକାଲରେ ପହଞ୍ଚିବାର 1 ଘଣ୍ଟା ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା ।

ଗଞ୍ଜାମ ଜିଲ୍ଲାରେ ରୋଗୀ ସେବା କ୍ଷେତ୍ରରେ ନିୟୋଜିତ ରହିଥିବା ରାଜ୍ୟ ସରକାରଙ୍କ 108 ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ପେଟରେ କ୍ରିକେଟ ବଲ ବାଜିବାରୁ ଯୁବକ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ନିଆଯାଉଥିଲା । କିନ୍ତୁ ଆମ୍ବୁଲାନ୍ସଟି ହଠାତ୍ ଖରାପ ହୋଇଯିବା ଯୋଗୁଁ ଯୁବକଙ୍କର ମୃତ୍ୟୁ ହୋଇଛି । ରୋଗୀ ସେବା ପାଇଁ ନିୟୋଜିତ 108 ଆମ୍ବୁଲାନ୍ସର ବିକଳ ଅବସ୍ଥା ନେଇ ମୃତକଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।