ରାୟଗଡ଼ାର ନାଗାବଳୀ ନଦୀରେ ଭାସିଗଲେ ଯୁବକ, ଚାଲିଛି ଖୋଜା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀରେ ଜଣେ ଯୁବକ ଭାସିଯାଇଥିବା ଖବର ସାମ୍ନାକୁ ଆସିଛି । ଗାଧୋଇବା ବେଳେ ପ୍ରବଳ ସ୍ରୋତରେ ଯୁବକ ଭାସିଯାଇଥିବା ଜଣାପଡିଛି ।

ତେବେ ଯୁବକ ଜଣକ ଆନ୍ଧ୍ର ବିଜୟନଗରରୁ ନଜ ପରିବାର ସହ ଆସିଥିଲେ । ମା’ମଝିଘରିଆଣିଙ୍କ ଦର୍ଶନ ସାରି ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ତେବେ ଯୁବକଙ୍କର ଉଦ୍ଧାର ପାଇଁ କାମ ଚାଲିଛି ।