fbpx

(Video) ଜେଲରେ ରହି IIT-JAM ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ର: ସଫଳତା ପାଇଁ ମିଳୁଛି ଶୁଭେଚ୍ଛା

Advertisement

IIT-JAM ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଜଣେ ବିଚାରଧୀନ କଏଦୀ । ଜାତୀୟ ସ୍ତରରେ ୫୪ ରାଙ୍କ ହାସଲ କରି ଆଜି ପୁରା ଦେଶରେ ରେକର୍ଡ କରିଛନ୍ତି । ଏଭଳି ଘଟଣା ଆଗରୁ କେହି କେବେ ଶୁଣି ନଥିବେ । କାରଣ ଜେଲର ଚାରି କାନ୍ଥ ମଧ୍ୟରେ ରହି ଏଭଳି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ୫୪ତମ ସ୍ଥାନ କରିବା କଥା କେହି ବିଶ୍ୱାସ କରିପାରୁନଥିବେ । କିନ୍ତୁ ପ୍ରକୃତେରେ ଏହାକୁ ହାସଲ କରି ଦେଖାଇଦେଇଛନ୍ତି ।

ଜେଲରେ ରହି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି କଏଦୀ ହେଉଛନ୍ତି,  ବିହାର ନୱାଦା ଉପକାରାଗାରରେ ଥିବା ସୁରଜ କୁମାର ଯାଦବ । ନରହତ୍ୟା ଅଭିଯୋଗରେ ଜେଲରେ ଦିନ କାଟୁଥିବା ତଥା ବିଚାରଧୀନ ଅବସ୍ଥାରେ ଥିବା ସତ୍ୱେ ମଧ୍ୟ ତାଙ୍କର ଲକ୍ଷ୍ୟ ଥିଲା ଜଣେ ବେଜ୍ଞାନିକ ହୋଇ ଜାତୀୟ ବିକାଶରେ ଅବଦାନ ଦେବାକୁ  । ଆଉ ନିଜର ଲକ୍ଷ୍ୟକୁ ହାସଲ କରି ଦେଖାଇଛନ୍ତି ସୁରଜ । ତାହା ପୁଣି କୌଣସି ଶିକ୍ଷାନୁଷ୍ଠାନ କିମ୍ବା କୋଚିଂ ସେଣ୍ଟରରେ ନୁହେଁ ବରଂ ଜେଲ୍ କୋଠରୀରେ ରହି । ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇପାରିଛନ୍ତି  । ବିହାରର ନୱାଡା ଜିଲ୍ଲାରେ ଅନ୍ତର୍ଗତ ୱାରିସଲିଗଞ୍ଜ ପୋଲିସ ଷ୍ଟେସନ ଅଧୀନ ମୋସମା ଗାଁର ଛାତ୍ର ସୁରଜ କୁମାର ଗତ ୧୧ ମାସ ଧରି ଏକ ଫୌଜଦାରୀ ମାମଲାରେ ଜେଲରେ ଥିବାବେଳେ ସେଠାରୁ ହିଁ ପ୍ରସ୍ତୁତି କରିଥିଲେ  । ତେବେ ସେ IIT-JAM ରେ ୫୪ତମ ସ୍ଥାନ ହାସଲ କରି ଏହି ସଫଳତା ପାଇଛନ୍ତି  । ଦେଖନ୍ତୁ ଭିଡିଓ…

 

 

Get real time updates directly on you device, subscribe now.