fbpx

(Video) ଜୀବନକୁ ନାହିଁ ଡର! ଚଳନ୍ତା ଟ୍ରେନରେ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ, ଅଧା ବାଟରେ ହିଁ ହ୍ୟାଣ୍ଡେଲ ଛାଡି ତଳକୁ ଡେଇଁଲେ

ନୂଆଦିଲ୍ଲୀ: ଆଜିର ଅଧିକାଂଶ ଯୁବକ ଜୀବନ ପ୍ରତି ବିପଦ ଥିବା ଜିନିଷ କରି ନିଜର ବାହାଦୂରୀ ଦେଖାଉଛନ୍ତି । ଭିଡିଓ ଓ ରିଲ୍ସର ଦୁନିଆରେ ଅନେକ ଲୋକ କିଛି ଲାଇକ୍ ଓ ଭ୍ୟୁଜ୍ ପାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଆପଣ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ପପୁଲାର ହେବା ପାଇଁ ବିପଦପୂର୍ଣ୍ଣ କାମ କରନ୍ତି । ବର୍ତ୍ତମାନ ଷ୍ଟଣ୍ଟର ଏକ ଭୟାନକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବାକୁ ଲାଗିଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରୀ ଯିବ । ।

ଏହି ଭାଇରାଲ ଭିଡିଓ ମୁମ୍ବାଇ ଲୋକାଲ ଟ୍ରେନର ବୋଲି କୁହାଯାଉଛି, ଯେଉଁଥିରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖାଯାଉଛି । ଏହି ବ୍ୟକ୍ତି କୁର୍ଲା ଠାରୁ ମାନଖୁର୍ଡ ପର୍ଯ୍ୟନ୍ତ ଏକ ଲୋକାଲ ଟ୍ରେନରେ ଝୁଲି ରହି ଯାତ୍ରା କରିଥିଲେ । ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ, ଟ୍ରେନ୍ ଉଚ୍ଚ ବେଗରେ ଚାଲୁଛି ।

ଏହି ବ୍ୟକ୍ତି ପ୍ଲାଟଫର୍ମ ଆସିବା ପୂର୍ବରୁ ଫୁଟବୋର୍ଡ ତଳେ ଯାଇ ବିପଜ୍ଜନକ ଭାବରେ ଝୁଲୁଥିଲେ । ବ୍ୟକ୍ତି ଜଣକ ମଝି ରାସ୍ତାରୁ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ । ଟ୍ରେନର ଗତି ଟିକେ ମନ୍ଥର ହେବା ମାତ୍ରେ ବ୍ୟକ୍ତି ଟ୍ରେନରୁ ତଳକୁ ଡେଇଁପଡ଼ିଥିଲେ । ଭଲ ଖବର ହେଲା ଟ୍ରେନର ଗତି ଅଧିକ ନଥିଲା । ଯଦି ଗତି ଅଧିକ ହୋଇଥାନ୍ତା, ତେବେ ଯୁବକ ସହିତ ଏକ ଗୁରୁତର ଦୁର୍ଘଟଣା ଘଟିଥାନ୍ତା ।

ଯେତେବେଳେ ବ୍ୟକ୍ତି ଜଣକ ଫୁଟବୋର୍ଡ ତଳେ ଝୁଲିଥିଲେ, ଟ୍ରେନରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ରେଲୱେ ପ୍ରୋଟେକସନ ଫୋର୍ସ ମୁମ୍ବାଇ ଡିଭିଜନ ଏହି ଘଟଣାର ଅବଗତ ହୋଇ କହିଛନ୍ତି ଯେ, ଏଭଳି ଷ୍ଟଣ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.