fbpx

ନରାଜ ବ୍ୟାରେଜକୁ ମାଛ ମାରିବାକୁ ଖସିପଡିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ଟିମ୍

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ନରାଜ ବ୍ୟାରେଜକୁ ମାଛ ମାରିବାକୁ ଜଣେ ଯୁବକ ବ୍ୟାରେଜ ସୁରକ୍ଷା ବାଡାରୁ ଖସି ଯାଇ ବ୍ୟାରେଜ ଖମ୍ବ ଉପରେ ଅସହାୟ ଅବସ୍ଥାରେ ପଡି ରହିଥିବା ବେଳେ ବାରଙ୍ଗ ଅଗ୍ନିଶମ ବିଭାଗ ଉକ୍ତ ଯୁବକକୁ ଉଦ୍ଧାର କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ନରାଜ ଗ୍ରାମର ଦିପକ ପୃଷ୍ଟି(୨୭) ବୁଧବାର ଦିନ ଅପରାହ୍ନ ୫ଟା ସମୟରେ ନିକଟସ୍ଥ କାଠଯୋଡୀ ନଦୀକୁ ଯାଇଥିଲା । ତେବେ ଯୁବକ ବ୍ୟାରେଜ ସୁରକ୍ଷା ବାଡ ଉପରେ ଏକ ବାଉଁଶ ସାହାଯ୍ୟରେ ଖମ୍ବକୁ ଅନାଉ ଥିବାବେଳେ ବ୍ୟବହାର କରୁଥିବା ବାଉାଁଟି ଭାଙ୍ଗି ଯାଇଥିଲ । ଫଳରେ ଯୁବକର ଗୋଡ ଭାଙ୍ଗି ଯାଇଥିବାରୁ ସେ ଖମ୍ବର ଏକ ଅଂଶରେ ଲାଗି ରହିଥିଲେ । ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ଯୁବକକୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.