fbpx
BSKY
BJD SHG SKY
BJD YOUTH SKY

ACF ସୌମ୍ୟ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା (ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ କିଛି ନୂଆ ତଥ୍ୟ ମିଳୁଛି, କିନ୍ତୁ ଆଜିଯାଏ ନ୍ୟାୟ ମିଳିପାରୁ ନାହିଁ । ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି । ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ ହେଉଛି । ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି । ତଦନ୍ତ ପ୍ରକ୍ରିୟା ନଆଗେଇବା ଓ ଦୋଷୀ ଚିହ୍ନଟ ନହେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଗତ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଏସିଏଫ୍‌ ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧ ଦଗ୍‌ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟରଞ୍ଜନ ବାପା ଏହି ଘଟଣା ପଛରେ ବୋହୂ ବିଦ୍ୟାଭାରତୀ ଏବଂ ଡିଏଫ୍‌ଓଙ୍କ ସମ୍ପୃକ୍ତି ଥିବା ଅଭିଯାଗ କରି ଥାନାରେ ଏତଲା ଦେଇଥିଲେ ।

Get real time updates directly on you device, subscribe now.