fbpx

ଯୁବଗୋଷ୍ଠୀଙ୍କ ଜୀବନକୁ ବର୍ବାଦ କରିଦେଇଥାଏ ଏହି ୩ଟି ଅଭ୍ୟାସ, ଆଜି ଏହାକୁ ପରିତ୍ୟାଗ କରିଦିଅନ୍ତୁ

Advertisement

ଯୁବାବସ୍ଥା ହେଉଛି ମଣିଷର ଜୀବନ ଗଠନର ଉପଯୁକ୍ତ ସମୟ । ଏହି ସମୟକୁ ଯିଏ ଠିକ୍ ଭାବେ ଉପଯୋଗ କରିଥାଏ, ତା’ର ଭବିଷ୍ୟତର ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ । ଅପରପକ୍ଷେ ଅନେକ ଯୁବାବସ୍ଥାରେ ଏପରିକି କାର୍ଯ୍ୟରେ ଲିପ୍ତ ରହିଥାନ୍ତି, ଯଦ୍ୱାରା ସାରା ଜୀବନ ସେମାନେ ପଶ୍ଚାତାପ କରିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଯୁବଗୋଷ୍ଠୀଙ୍କ ପାଇଁ ଅନେକ ପରାମର୍ଶ ଦେଇଛନ୍ତି । ଚାଣକ୍ୟଙ୍କ ମତରେ ଯୁବକଙ୍କ ପାଖରେ ଶକ୍ତି, ସାମର୍ଥ୍ୟ ଓ ଜୁନନ୍ ରହିଥିବାରୁ ସେମାନେ ନିଜର ଲକ୍ଷ୍ୟ ପ୍ରତି ସଚେତନ ରହିବା ଦରକାର । ଯୁବାବସ୍ଥାରେ ମଣିଷର ଯାହା ହାସଲ କରେ, ବୃଦ୍ଧାବସ୍ଥାରେ ତାହାକୁ ସେ ଉପଭୋଗ କରିଥାଏ । ଯୁବାବସ୍ଥାରେ ପ୍ରତ୍ୟେକ ଏହି ୩ଟି ଅଭ୍ୟାସଠାରୁ ସର୍ବଦା ଦୂରେଇ ରହିବା ଉଚିତ ।

୧- ନିଶା ସେବନ କରିବା ହେଉଛି ଯୁବବର୍ଗଙ୍କ ପାଇଁ ଏକ ଅଭିଶାପ ସଦୃଶ । ନିଶା କବଳରେ ପଡ଼ିଲେ ଜଣେ ଆର୍ଥିକ କ୍ଷେତ୍ରରେ ତଳକୁ ଖସିବା ସହ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ଦୁର୍ବଳ ହୋଇଥାଏ । ନିଶା ମଣିଷକୁ କୁସଙ୍ଗରେ ଲିପ୍ତ କରାଇବା ସହ ସଫଳତା ପ୍ରାପ୍ତିରୁ ଦୂରେଇ ରଖିଥାଏ । ଫଳରେ ବ୍ୟକ୍ତି ନିଜର ବର୍ତ୍ତମାନକୁ ବିଗାଡ଼ିବା ସହ ଭବିଷ୍ୟତକୁ ମଧ୍ୟ ନଷ୍ଟଭ୍ରଷ୍ଟ କରିଦେଇଥାଏ ।

୨- କୁସଙ୍ଗ ଯୁବବର୍ଗଙ୍କୁ ଅଧୋପତ୍ତନ ଆଡ଼କୁ ଠେଲି ଦେଇଥାଏ । ଯଦି ଜଣେ ବ୍ୟକ୍ତି ଖରାପ ଲୋକଙ୍କ ସହିତ ବସାଉଠା କରେ, ତେବେ ସେମାନଙ୍କର କୁକାର୍ଯ୍ୟଗୁଡ଼ିକ ତାକୁ ଆକର୍ଷିତ କରିଥାଏ । ତେଣୁ ଯୁବ ବୟସରେ ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ଲୋକଙ୍କ ସହିତ ମିଶିବା ଦରକାର । ଏପରି ଲୋକମାନେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରାଇବା ସହ ଆପଣଙ୍କର ଜୀବନକୁ ଅନ୍ଧକାର କରିଦେଇଥାନ୍ତି ।

୩- କଥାରେ ଅଛି ଆଳସ୍ୟ ପ୍ରତ୍ୟେକ ବ୍ୟକ୍ତିର ପରମ ଶତ୍ରୁ । ଅଳସୁଆମି ଜଣେ ଯୁବକକୁ କାବୁ କରିବା ଅର୍ଥ ହେଉଛି ଆପଣ କର୍କଟ ରୋଗଠାରୁ ଭୟଙ୍କର ରୋଗରେ ଆକ୍ରାନ୍ତ ହେବା । ଜୀବନରେ ଆଳସ୍ୟକୁ କେବେ ବି ସ୍ଥାନ ଦେବା ଅନୁଚିତ । ଯୁବକମାନେ ସର୍ବଦା ଅନୁଶାସନ ପାଳନ କରିବା ସହ ଶୋଇବା, ଉଠିବା ଆଦିର ସମୟ ନିର୍ଘଣ୍ଟ କରିବା ଦରକାର । ଏପରି କରିବା ଦ୍ୱାରା ଆପଣ ସମୟର ସଦୁପଯୋଗ କରିପାରିବେ ଓ ଆଳସ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବ ନାହିଁ ।

Get real time updates directly on you device, subscribe now.