fbpx

ଆକ୍ସନ୍ ମୋଡ୍ ରେ ଗୁଗୁଲ୍: ୟୁଟ୍ୟୁବ୍ ରୁ ହଟାଇଲା ସେଲିବ୍ରିଟିଙ୍କ ହଜାର ହଜାର ଡିପଫେକ୍ Video

Advertisement

ଦୀର୍ଘ ଦିନ ଧରି ଡିପଫେକ୍ ପ୍ରସଙ୍ଗ ଚର୍ଚ୍ଚାରେ ରହିଆସିଛି, ଏପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟିଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଛି । ଡିପଫେକର ମୁକାବିଲା ପାଇଁ ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି, ଯେଉଁଥିପାଇଁ ସରକାର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଡିପଫେକ୍ ପ୍ରସଙ୍ଗରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଏହା ପୂର୍ବରୁ ସ୍ପଷ୍ଟ ହୋଇସାରିଛି ଯେ, ଡିପଫେକ୍ କ୍ଷେତ୍ରରେ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇବେ । ଗୁଗୁଲ୍ ମାଲିକାନା ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ସେଲିବ୍ରିଟିମାନଙ୍କ ଡିପଫେକ୍ ସ୍କାମ ବିଜ୍ଞାପନ ବିଶିଷ୍ଟ ୧୦୦୦ ରୁ ଅଧିକ ଭିଡିଓ ହଟାଇ ସାରିଛି ।

ୟୁଟ୍ୟୁବ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ପ୍ଲାଟଫର୍ମରେ ଏଆଇ ସେଲିବ୍ରିଟି ସ୍କାମ ବିଜ୍ଞାପନକୁ ରୋକିବା ପାଇଁ କମ୍ପାନୀ ବହୁ ନିବେଶ କରୁଛି । ୟୁଟ୍ୟୁବ କହିଛି ଯେ, ଅନୁସନ୍ଧାନ ପରେ ୧୦୦୦ ରୁ ଅଧିକ ଭିଡିଓ ଅପସାରଣ କରିବାକୁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ଷ୍ଟିଭ ହାର୍ଭେ, ଟେଲର ସ୍ୱିଫ୍ଟ ଏବଂ ଜୋ ରୋଗାନଙ୍କ ପରି ସେଲିବ୍ରିଟିଙ୍କ ଏଆଇ ଭିଡିଓ ସାମିଲ ହୋଇଛି ।

Get real time updates directly on you device, subscribe now.