YouTubeରେ ବିଭ୍ରାନ୍ତକାରୀ ଥମ୍ବନେଲ୍, ଟାଇଟଲ ଦେଉଥିଲେ ସାବଧାନ୍! ନଚେତ୍ ଫସିଯିବେ

ନୂଆଦିଲ୍ଲୀ: ଏଣିକି ୟୁଟ୍ୟୁବର ବିଭ୍ରାନ୍ତକାରୀ କ୍ରିଏଟର୍ସଙ୍କୁ ରକ୍ଷା ନାହିଁ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ । ଯେଉଁମାନେ ଭିଡିଓରେ ବିଭ୍ରାନ୍ତକାରୀ ଟାଇଟେଲ ଏବଂ ଥମ୍ବନେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ତେବେ କମ୍ପାନୀ ପକ୍ଷରୁ ଏକ ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ, ଭିଡିଓର ବିଷୟବସ୍ତୁ ସହିତ ଟାଇଟେଲ କିମ୍ବା ଥମ୍ବନେଲ ମେଳ ଖାଉନଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷକରି ବ୍ରେକିଂ ନ୍ୟୁଜ ଏବଂ କରେଣ୍ଟ ନ୍ୟୁଜ ଉପରେ ଅଧଇକ ଫକୋସ ଦିଆଯିବ ।

ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି ଯେ, ସମ୍ବେଦନଶୀଳ କିମ୍ବା ବିଭ୍ରାନ୍ତିକର ଟାଇଟଲ୍ ଏବଂ ଥମ୍ବନେଲ ଦର୍ଶକଙ୍କ ଅଭିଜ୍ଞତାକୁ ନଷ୍ଟ କରିଥାଏ । ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ପ୍ଲାଟଫର୍ମକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହିପରି ଟାଇଟେଲ ବିଭ୍ରାନ୍ତ କରିଥାଏ । ବ୍ରେକିଙ୍ଗ୍ ନ୍ୟୁଜ୍ ଏବଂ ସାମ୍ପ୍ରତିକ କାର୍ଯ୍ୟ ଉପରେ ଭିଡିଓ ପ୍ରସ୍ତୁତ କରୁଥିବା ଭାରତୀୟ ନିର୍ମାତାମାନେ ଏହି ସ୍କାନରର ଅଧୀନରେ ଆସିବେ । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ନିର୍ମାତାମାନେ କୌଣସି ଟାଇଟେଲ ପ୍ରଦାନ କରିବାକୁ ସମର୍ଥ ହେବେ ନାହିଁ ଯାହା ଭିଡିଓରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ସେମାନଙ୍କ ଭିଡିଓରେ ଉଲ୍ଲେଖ କରାଯାଇ ନାହିଁ । ତେବେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରକାର ଘୋଷଣା କରାଯାଇ ନାହିଁ ।