fbpx

ପ୍ରସିଦ୍ଧ ୟୁଟ୍ୟୁବର ଓ ବଡି ବିଲଡର ଷ୍ଟାର ଜୋ ଲିଣ୍ଡନରଙ୍କ ପରଲୋକ: ରଶ୍ମୀକାଙ୍କ ସହିତ ‘ପୋଗାରୁ’ ଫିଲ୍ମରେ ଆସିଥିଲେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଜର୍ମାନୀର ଜଣାଶୁଣା ୟୁଟ୍ୟୁବର ଓ ବଡି ବିଲଡର ଷ୍ଟାର ଜୋ ଲିଣ୍ଡନରଙ୍କ ପରଲୋକ ଘଟିଛି । ମାତ୍ର ୩୦ ବର୍ଷ ବୟସରେ ଲିଣ୍ଡନର ଆରପାରିକୁ ଚାଲିଯାଇଛନ୍ତି । ଲିଣ୍ଡନରଙ୍କ ମୃତ୍ୟୁ ଖବର ତାଙ୍କର ବନ୍ଧୁ ଓ ଗାର୍ଲଫ୍ରେଣ୍ଡ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । ଲିଣ୍ଡନରଙ୍କ ମୃତ୍ୟୁ ପରେ ତାଙ୍କର ବନ୍ଧୁ, ପ୍ରଶଂସକମାନେ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଏତେ କମ୍ ବୟସରେ ଲିଣ୍ଡନରଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଲିଣ୍ଡନର ଏନ୍ୟୁରିଜମ ନାମକ ଏକ ଭୟଙ୍କର ବୀମାରୀରେ ପୀଡ଼ିତ ଥିଲେ । ସେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବା ସହିତ ୟୁଟ୍ୟୁବରେ ଜଣେ ଚର୍ଚ୍ଚିତ ବଡି ବିଲଡର ଥିଲେ । ଲିଣ୍ଡନର ‘ପୋଗାରୁ’ ଫିଲ୍ମରେ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହିତ କାମ କରିଥିଲେ ।

ଏନ୍ୟୁରିଜମ ଏକ ଭୟଙ୍କର ବୀମାରୀ, ଯାହାକି ମଣିଷର ମସ୍ତିଷ୍କ, ପାଦ ଓ ପେଟକୁ ସଂକ୍ରମିତ କରିଥାଏ । ଭାରତରେ ଏହି ରୋଗ ବିଷୟରେ ଲୋକମାନେ ଅଧିକ ଜାଣି ନଥିବାରୁ ପ୍ରତିବର୍ଷ ହଜାର ହଜାର ଲୋକ ଏହି ରୋଗ କାରଣରୁ ମୃତ୍ୟୁବରଣ କରୁଛନ୍ତି । ଏହି ରୋଗର ଲକ୍ଷଣ ଜାଣିବା ବହୁତ ମୁସ୍କିଲ କାର୍ୟ୍ୟ, ଯାହାକି ବାହାରକୁ ଜଣାପଡ଼ିନଥାଏ । ଏହି ରୋଗରେ ରୋଗୀର କୌଣସି ଅଙ୍ଗରୁ ଅଚାନକ ରକ୍ତ ବାହାରିବା, ହୃଦ ସ୍ପନ୍ଦନ ବଢ଼ିଯିବା, ସ୍ନାୟୁରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା, ଚକ୍କର ଆସିବା ଓ ମୁଣ୍ଡ ବୁଲାଇବା, ଆଖିର ଉପର ଓ ତଳ ଭାଗରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.