fbpx

ଆତ୍ମହତ୍ୟା କଲେ ଯୁବ ବିଜେଡି ଟାଉନ ସଭାପତି

Advertisement

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଟାଉନ ଥାନା ରାଜବାଟୀ ନିକଟ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ସେ ନିଜ ବେକରେ ଗାମୁଛା ଲଗାଇ ଘରେ ଜୀବନ ହାରିଛନ୍ତି । ତେବେ ସେ କାହିଁକି ଏପରି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ଆଜି ସକାଳେ ଖବର ପ୍ରସାରିତ ହୋଇଛି । ଖବର ଆସିବା ପରେ ଶତାଧିକ ବିଜେଡି କର୍ମୀ, ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ଭିଡ଼ ଜମାଇଛନ୍ତି ।

ଜଣେ ମେଳାପୀ ଯୁବନେତା ଭାବେ ସୁନ୍ଦରଗଡ଼ ସହରରେ ବେଶ୍ ଜଣାଶୁଣା ଥିଲେ ସେ । ତାଙ୍କର ଏହି ଅକାଳ ବିୟୋଗରେ ବିଜେଡି ନେତା ଓ ସାଧାରଣ ଜନତା ଦୁଃଖ ପ୍ରକାଶ କରିଛନ୍ତି । ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଘଟଣାକୁ ନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.