fbpx
BSKY
BJD YOUTH SKY
BJD MS SKY

ଏଣିକି ଘର ତିଆରି ଆହୁରି କଷ୍ଟ ! ସିମେଣ୍ଟ ମହଙ୍ଗା ହେବାରୁ କମ୍ପାନୀର ସେୟାର ହେବ ଆକାଶଛୁଆଁ, କିଣିବା ପାଇଁ ବିଶେଷଜ୍ଞଙ୍କ ରାୟ

ନୂଆଦିଲ୍ଲୀ: ଏପ୍ରିଲରେ ସିମେଣ୍ଟ ମହଙ୍ଗା ହେବ ବୋଲି ଆଶା କରାଯାଉଛି । ଏହି ମାସରେ କମ୍ପାନୀଗୁଡିକ ସିମେଣ୍ଟ ମୂଲ୍ୟ ବୃଦ୍ଧି କରିବେ । ବସ୍ତା ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିବାର ଦୃଢ଼ ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ଯଦି ଆପଣ ଅଲ୍ଟ୍ରାଟେକ୍ କିମ୍ବା ଡାଲମିଆ ଭାରତ ସମେତ ଅନ୍ୟ ସିମେଣ୍ଟ କମ୍ପାନୀର ସେୟାର ଉପରେ ନିବେଶ ଲଗାନ୍ତି, ତେବେ ଆପଣ ବିପୁଳ ଲାଭ କରିପାରିବେ ।

ରିପୋର୍ଟ ଅନୁଯାୟୀ, ସିମେଣ୍ଟ କମ୍ପାନୀଗୁଡିକ ଏପ୍ରିଲରେ ବସ୍ତା ପିଛା ହାରାହାରି ୧୫ ରୁ ୨୦ ଟଙ୍କା ବୃଦ୍ଧି କରିପାରନ୍ତି ଏବଂ ଚତୁର୍ଥ ତ୍ରୈମାସରେ ଲାଭ ପୂର୍ବ ତ୍ରୈ-ମାସିକ ତୁଳନାରେ ଭଲ ହେବ ବୋଲି ଆଶା କରାଯାଉଛି ।

ଗ୍ଲୋବାଲ୍ ବ୍ରୋକରେଜ୍ ହାଉସ୍ ଗୋଲ୍ଡମ୍ୟାନ୍ ସାକ୍ସ ଅଲଟ୍ରା ଟେକ୍ ସିମେଣ୍ଟରେ କିଣିବାର ରାୟ ବଜାୟ ରଖିଛନ୍ତି । ଅଲଟ୍ରା ଟେକର ଟାର୍ଗେଟ ମୂଲ୍ୟ ୮,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଏହାର ଟାର୍ଗେଟ ମୂଲ୍ୟ ୭୬୫୦ ଟଙ୍କା ଥିଲା । ବ୍ରୋକେଜ୍ ହାଉସ୍ ଡାଲମିଆର ରେଟିଂକୁ ସେଲରୁ ଅପଗ୍ରେହ କରି ନ୍ୟୁଟ୍ରଲ କରିଦେଇଛି । ଏହା ସହିତ ଏହାର ଟାର୍ଗେଟ ମୂଲ୍ୟ ୧୭୨୫ ରୁ ୧୯୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅନ୍ୟ ବିଶ୍ଳେଷକମାନେ ମଧ୍ୟ ଅଲଟ୍ରା ଟେକ୍ ଉପରେ ସକାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ୪୧ ଜଣଙ୍କ ମଧ୍ୟରୁ ୩୬ ବିଶ୍ଳେଷକ ଏହାକୁ କିଣିବାକୁ ପରାମର୍ଶ ଦେଇଛନ୍ତି । ଦୁଇଜଣ ହୋଲ୍ଡ ଓ ତିନିଜଣ ବିକ୍ରି କରିବାକୁ କହିଛନ୍ତି । ଅନ୍ୟପଟେ ୨୫ ବିଶେଷଜ୍ଞ ଡାଲମିଆ ଭାରତ ଉପରେ ବୁଲିଶ୍ ଏବଂ କିଣିବାକୁ ସୁପାରିଶ କରନ୍ତି । ଏହା ସହ ୫ ଜଣ ହୋଲ୍ଡ ଓ ଜଣେ ବିକ୍ରି କରିବାକୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.