fbpx

ଯୁବରାଜ ସିଂହଙ୍କ ବାୟୋପିକ ଘୋଷଣା କଲା ଟି-ସିରିଜ୍: ସିକ୍ସର କିଙ୍ଗଙ୍କ ଚରିତ୍ର କିଏ ନିଭାଇବେ?

ନୂଆଦିଲ୍ଲୀ: ୨୦୧୧ ଦିନିକିଆ ବିଶ୍ୱକପ ଓ ୨୦୦୭ ଟି-୨୦ ବିଶ୍ୱକପରେ ଭାରତକୁ ଚାମ୍ପିୟାନ କରାଇବାରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପ୍ରମୁଖ ଅବଦାନ ରହିଛି । ଏକାଦା କ୍ୟାନନ୍ସର ସହ ଲଢ଼େଇ କରୁଥିବା ବେଳେ ଯୁବରାଜ ନିଜ ଜୀବନକୁ ବାଜିରେ ଲଗାଇ ଦେଶକୁ ବିଶ୍ୱବିଜୟୀ କରାଇଥିଲେ । ତେବେ ବିଗତ ଦିନରେ ମିଷ୍ଟର କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମିତ ହୋଇଥିବା ବେଳେ ଏବେ ଯୁବରାଜଙ୍କ ଜୀବନକୁ ନେଇ ପ୍ରସ୍ତୁତ ହେବ ବଲିଉଡ୍ ଫିଲ୍ମ । ସିକ୍ସର କିଙ୍ଗଙ୍କ ବାୟୋପିକ ପ୍ରସ୍ତୁତି ନେଇ ଟି-ସିରିଜ୍ ଘୋଷଣା କରିଛି ।

ଏନେଇ ଟି-ସିରିଜ୍ ମାଲିକ ଭୂଷଣ କୁମାର ଓ ରବି ଭାଙ୍ଗଚନ୍ଦକା ମିଳିତ ଭାବେ ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବା ନେଇ ଘୋଷଣା କରିଛନ୍ତି । ‘ଆନିମାଲ’, ‘କବୀର ସିଂହ’, ‘ତାନାଜୀ’ ପରି ଫିଲ୍ମକୁ ପ୍ରଡ୍ୟୁସ କରିଥିବା ଭୂଷଣ ଯୁବରାଜଙ୍କ ବାୟୋପିକକୁ ନେଇ ବେଶ୍ ଉତ୍ସାହିତ ରହିଥିବା କହିଛନ୍ତି । ଭାରତୟ କ୍ରିକେଟର ଜଣେ ଶ୍ରେଷ୍ଠ ଆଇକନିକ ଲେଫ୍ଟ ହ୍ୟାଣ୍ଡର ଖେଳାଳି ଭାବେ ସୁପରିଚିତ ଯୁବରାଜଙ୍କ କାହାଣୀକୁ ଏବେ ତାଙ୍କର ଫ୍ୟାନ୍ସ ପରଦାରେ ଦେଖିବାକୁ ପାଇବେ । ଟିମ୍ ଇଣ୍ଡିଆକୁ ଯୁବରାଜଙ୍କ ଯୋଗଦାନ, କର୍କଟ ସହ ଲଢ଼େଇ, ଦେଶକୁ ବିଶ୍ୱ ଚାମ୍ପିୟନ କରିବା ଆଦି ଏହି ଫିଲ୍ମରେ ସବୁ ସ୍ଥାନ ପାଇବ ।

ଏହି ବାୟୋପିକ୍ ଘୋଷଣା କରିବା ଅବସରରେ ଯୁବରାଜଙ୍କ ଜୀବନ ପ୍ୟାସନ, ଦୃଢ଼ ନିଶ୍ଚୟ ଓ ଉତ୍ସାହର ଏକ ଏନଗେଜିଂ ନ୍ୟାରେଟିଭ୍ ବୋଲି ଭୂଷଣ କରିଛନ୍ତି । ଜଣେ କ୍ରିକେଟ ପଡ଼ିଆର ହିରୋ ପରବର୍ତ୍ତୀ ସମୟରେ ରିୟଲ ଲାଇଫର ହିରୋ ହେବାର କାହାଣୀ ଏହି ଫିଲ୍ମରେ ସ୍ଥାନ ପାଇବ । ଏପରି କାହାଣୀକୁ ସମସ୍ତେ ଦେଖିବା ଓ ଜାଣିବା ଆବଶ୍ୟକ ବୋଲି ଭୂଷଣ କହିଛନ୍ତି । ଏନେଇ ଯୁବରାଜ କହିଛନ୍ତି, ଭୂଷଣ ଓ ରବିଙ୍କ ଦ୍ୱାରା ତାଙ୍କର କାହାଣୀ ସାରା ଦୁନିଆରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଦେଖିବାକୁ ନେଇ ସେ ବହୁତ ସମ୍ମାନିତ ଅନୁଭବ କରୁଛନ୍ତି । ଏହି କାହାଣୀ ଲୋକଙ୍କୁ ସର୍ବଦା ନିଜର ପ୍ୟାସନକୁ ନେଇ ଦୃଢ଼ କରିବ ଓ ପ୍ରେରଣା ସୂତ୍ରରେ ବାନ୍ଧି ରଖିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଯୁବରାଜଙ୍କ ବାୟୋପିକର ପ୍ରଯୋଜକ ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଜୀବନକୁ ନେଇ ‘ସଚିନ: ଅ ବିଲିୟନ ଡ୍ରୀମ୍ସ’ ଫିଲ୍ମ ନିର୍ମାଣ କରିଥିଲେ । ତେବେ ଯୁବରାଜଙ୍କ ବାୟୋପିକ ପାଇଁ କାଷ୍ଟ ଓ କ୍ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେଣୁ ଯୁବରାଜଙ୍କ ଚରିତ୍ର କିଏ ଠିକ୍ ଭାବେ ନିଭାଇ ପାରିବ ସେନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.