ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଅମ୍ଫାନ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେଇଛନ୍ତି ସରକାର । ବାତ୍ୟା ଅମ୍ଫାନ ପ୍ରଭାବରେ ରାଜ୍ୟର ୧୦ଜିଲ୍ଲା ପ୍ରଭାବିତ ହୋଇଛି । ୧୦ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ୁଝର, ଖୋର୍ଦ୍ଧା ଓ ପୁରୀ ପ୍ରଭାବିତ ହୋଇଛି । ୧୦ଜିଲ୍ଲା ମଧ୍ୟରୁ ୪ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରଳୟଙ୍କରୀ ବାତ୍ୟା ଯୋଗୁଁ ୯୮୩୩ଟଇ ଗାଁ ଓ ୪୪,୪୪,୮୯୬ ଲୋକ ପ୍ରଭାବିତ ହୋଇଛନ୍ତି । ୫୦୦ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଓ ୧୫୦୦୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ବାତ୍ୟା ଅମ୍ଫାନରେ ରାଜ୍ୟରେ କାହାରି ମୃତ୍ୟୁ ହୋଇନାହିଁ । ୨,୦୦,୩୪୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
Prev Post
Next Post