Zomato ୨୦% ବଢାଇଦେଲା ପ୍ଲାଟଫର୍ମ ଫିସ୍‌, ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେଲା ମହଙ୍ଗା

ଜୋମାଟୋରେ ଖାଦ୍ୟ ଅର୍ଡର କରିବା ହେଲା ମହଙ୍ଗା, ଜାଣନ୍ତୁ କେତେ ବଢିଗଲା

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଏଣିକି ଅଧିକ ଟଙ୍କା ଦେବାକୁ ପଡ଼ିବ। ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନିଜ ସେବାଗୁଡ଼ିକ ପାଇଁ ପ୍ଲାଟଫର୍ମ ଫିସରେ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି।

ଜୋମାଟୋ ବର୍ତ୍ତମାନ ପ୍ରତ୍ୟେକ ଅର୍ଡରରେ ପ୍ଲାଟଫର୍ମ ଫିସ୍ ୧୨ ଟଙ୍କା ଆଦାୟ କରିବ। ଏହି ମୂଲ୍ୟ ପୂର୍ବରୁ ୧୦ ଟଙ୍କା ଥିଲା। କମ୍ପାନୀ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ନିଜର ପ୍ରତ୍ୟେକ ଅର୍ଡରକୁ ଅଧିକ ଲାଭଦାୟକ କରିବା ଏବଂ କମ୍ପାନୀ ଲାଭକୁ ବଢାଇବା ଉଦ୍ଦେଶ୍ୟରେ ପ୍ଲାଟଫର୍ମ ଫିସରେ ଏହି ବୃଦ୍ଧି କରିଛି।

ଜୋମାଟୋର ପ୍ଲାଟଫର୍ମ ଫି ୨ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି ପାଇଛି: ଜୋମାଟୋ ଦ୍ୱାରା ଆଦାୟ କରାଯାଉଥିବା ପ୍ଲାଟଫର୍ମ ଫି ଏକ ପ୍ରକାରର ସେବା ଶୁଳ୍କ, ଯାହା କମ୍ପାନୀର ପ୍ଲାଟଫର୍ମ ବ୍ୟବହାର କରିବା ପାଇଁ ଆଦାୟ କରାଯାଏ।

ଜୋମାଟୋ ଏପ୍ରିଲ ୨୦୨୩ ରୁ ଖାଦ୍ୟ ଅର୍ଡର କରିବା ନିଜ ଉପଭୋକ୍ତାଙ୍କ ଠାରୁ ପ୍ଲାଟଫର୍ମ ଫି ଆଦାୟ କରିବା ଆରମ୍ଭ କରିଥିଲା। ସେତେବେଳେ ଜୋମାଟୋ ପ୍ରତ୍ୟେକ ଅର୍ଡରରେ ନିଜର ଉପଭୋକ୍ତାଙ୍କ ଠାରୁ ପ୍ଲାଟଫର୍ମ ଫି ଭାବରେ ମାତ୍ର ୨ ଟଙ୍କା ନେଉଥିଲା।

କିନ୍ତୁ, କମ୍ପାନୀ ଗତ ଅଢ଼େଇ ବର୍ଷ ମଧ୍ୟରେ ଏହାର ପ୍ଲାଟଫର୍ମ ଫି ବହୁ ଗୁଣ ବୃଦ୍ଧି କରିଛି, ଯାହା ଫଳରେ ଏହା ଏବେ ୨ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି ପାଇଛି।