fbpx

୧୩୩ ଟଙ୍କାର ମୋମୋଜ ପାଇଁ Zomato ଦେବାକୁ ପଡିବ ୬୦ ହଜାର, ଜାଣନ୍ତୁ କେଉଁ କାରଣ ପାଇଁ ଲାଗିଲା ଏତେ ବଡ଼ ଜରିମାନା

ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ଉପରେ ୬୦ ଟଙ୍କାର ଜରିମାନା ଲାଗିଛି । କମ୍ପାନୀ ଉପରେ ଏହି ଜରିମାନା ୧୩୩ ଟଙ୍କାର ମୋମୋଜ ଡେଲିଭରୀ ନ କରିବାରୁ ଲାଗିଛି ଜରିମାନା । କର୍ଣ୍ଣାଟକର କଂଜ୍ୟୁମର ଫୋରମ କମ୍ପାନୀ ଉପରେ ଜରିମାନା ଲଗାଇ କହିଛି ଯେ, ଏହି କାରଣରୁ ଆବେଦନକାରୀ ମହିଳାଙ୍କୁ ମାନସିକ ଭାବେ ରୋଗାକ୍ରାନ୍ତ ହୋଇଛନ୍ତି । ଆବେଦନକାରୀ ବାରମ୍ବାର କମ୍ପାନୀରୁ ଏହାର ଅଭିଯୋଗ କରିଛନ୍ତି, ହେଲେ ତାଙ୍କ ପକ୍ଷରୁ ଏହା ଉପରେ କୌଣସି ଆକ୍ସନ ନିଆଯାଇନଥିବାରୁ ମହିଳା କଞ୍ଜ୍ୟୁମର ଫୋରମଙ୍କ ପାଖେ ପିଟିସନ ଦାଖଲ କରିଛନ୍ତି ।

ମହିଳା କଞ୍ଜ୍ୟୁମର ଫୋରମରେ ଅଭିଯୋଗ କରିବା ପୂର୍ବରୁ ଜୋମାଟୋକୁ ଏହି ସମସ୍ୟା ବିଷୟରେ କହିଥିଲେ, ଏବଂ ତାଙ୍କୁ ୭୨ ଘଣ୍ଟାରେ ସମାଧାନର ଆଶ୍ୱସନା ଦିଆଯାଇଛି, ହେଲେ କୌଣସି ରେସପନ୍ସ ଆସିନାହିଁ । ସେତେବେଳେ ମହିଳା କଞ୍ଜ୍ୟୁମର ଫୋରମରେ ଅଭିଯୋଗ ଦାଖଲ କରିଥିଲେ । ଶୁଣାଣି ସମୟରେ ଜୋମାଟୋ ପକ୍ଷରୁ ଓକିଲ ଜିଏମ କଂସୋଗୀ ମହିଳାଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ତାଙ୍କ ରେଷ୍ଟୁରାଣ୍ଟ ଏବଂ ଡେଲିଭରୀ ଏଜେନ୍ସି ଆଇନ ସହ କୌଣସି କନେକ୍ସନ ନାହିଁ । ଏହା ଉପରେ ଆୟୋଗ କହିଛନ୍ତି ଯେ, ୭୨ ଘଣ୍ଟା ପରେ ମଧ୍ୟ ଜୋମାଟୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ, ଯେଉଁଥିରେ ତାଙ୍କର ବିଶ୍ୱସନୀୟତା ଉପରେ ସନ୍ଦେହ ଜନ୍ମ ହେବ ।

Get real time updates directly on you device, subscribe now.