CRICKETSPORTSPORTSTOP STORIES

ଆଇସିସି ମହିଳା ବିଶ୍ୱ ଟି-୨୦ , ଅଷ୍ଟ୍ରେଲିଆ ୪ର୍ଥ ଥର ଚାମ୍ପିଅନ

ଆଣ୍ଟିଗୁଆ, ୨୫ା୧୧ : ରବିବାର ଅନୁଷ୍ଠିତ ଆଇସିସି ମହିଳା ବିଶ୍ୱ ଟି-୨୦ର ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଦଳ ଚମକ୍ରାର ଖେଳ ଦେଖାଇ ଇଂଲଣ୍ଡକୁ ୮ ୱିକେଟ୍ରେ ପରାସ୍ତ କରିଛି । ଏହି ମହତ୍ୱପୂର୍ଣ୍ଣ ବିଜୟ ହାସଲ କରି ଅଷ୍ଟ୍ରେଲିଆ ୪ର୍ଥ ଥର ପାଇଁ ବିଶ୍ୱ ଟି-୨୦ରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଯେବେ କି ବିଶ୍ୱ ଚାମ୍ପିଅନ ହେବାର ଇଂଲଣ୍ଡର ସ୍ୱପ୍ନ ପୁଣି ଥରେ ଧୂଳିସାତ୍ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୯.୪ ଓଭରରେ ମାତ୍ର ୧୦୫ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଡାନିଏଲ ୱାଟ୍ ସର୍ବାଧିକ ୪୩ ରନ୍ କରିଥିବା ବେଳେ ଅଧିନାୟିକା ହିଦର ୱାଇଟ୍ ୨୫ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆସେଲ ଗାର୍ଡନର ୩ଟି ୱିକେଟ୍ ପାଇଥିବା ବେଳେ ୱେୟାର ହାମ୍ ଓ ମେଗନ ସ୍କଟ୍ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆ ୧୫.୧ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୦୬ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଦଳ ପକ୍ଷରୁ ମେଗ୍ ଲାନିଙ୍ଗ ୨୮ ଓ ଗାର୍ଡନର ୩୩ ରନ୍ କରି ଅପରାଜିତ ରହିଥିଲେ । ଶେଷରେ ଗାର୍ଡନର ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଆଲିସା ହେଲି ପ୍ଳେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close