INTERNATIONAL NEWSNEWSTOP STORIES

ନିର୍ବାଚନ ଲଢ଼ି ପାରିବେନି ଖଲିଦା ଜିଆ

ଢାକା, ୨୮।୧୧: ବାଙ୍ଗଲାଦେଶର ପୂର୍ବତନ୍ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ଦେଶର ହାଇକୋର୍ଟ ତାଙ୍କ ସାଧାରଣ ନିର୍ବାଚନରେ ଭାଗ ନେବା ଉପରେ ରୋକ ଲଗାଇ ଛନ୍ତି। ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତିମାନେ ନିର୍ବାଚନ ଲଢିପାରିବେ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି। ଖଲିଦା ଭ୍ରଷ୍ଟାଚାର ସହିତ ଜଡିତ ଦୁଇଟି ମାମଲାରେ ଜେଲରେ ସଜା କାଟୁଛନ୍ତି । ଆଗାମୀ ନିର୍ବାଜନରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ କରାଯାଇଛି । ଖଲିଦା ଜିଆ ପ୍ରଥମେ ୭ ଜେଲ ଦଣ୍ଡ ଭୋଗୁଥିବା ବେଳେ, ଅନ୍ୟ ଏକ ମାମଲାରେ ତାଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡର ଶୁଣାଣି ହୋଇଥିଲା ଓ ଗୋଟିଏ ଦିନ ପରେ ତାଙ୍କ ସଜା ୫ ବର୍ଷରୁ ବଢାଯାଇ ୧୦ ବର୍ଷ କରାଯାଇଥିଲା । ତାଙ୍କ ବିରୁଦ୍ଧରେ ଏନଜିଓ ଅର୍ଥ ଆତ୍ମସାତ କରିବା ଓ ବିରୋଧୀଙ୍କୁ ମାରଣାତ୍ମକ ଆକ୍ରମଣର ଅଭିଯୋଗ ଲଗାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close