fbpx

ଦେଶରେ କରୋନା ଆକ୍ରାନ୍ତ ୧୨୫୧, ୪୦ମୃତ

ନୂଆଦିଲ୍ଲୀ, ୩୧ା୩: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଥିବା ବେଳେ ୪୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ କରୋନାରେ ଆକ୍ରାନ୍ତ ଥିବା ୧୦୨ଜଣ ସୁସ୍ଥ ହୋଇଛନ୍ତି । ଏବେ ମଧ୍ୟ ୧୧୧୭ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୮ଜଣ, ଗୁଜୁରାଟରେ ୬, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ୩ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଜାମ୍ମୁ ଓ କାଶ୍ମୀର ୨ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ତାମିଲନାଡ଼ୁ, ତେଲେଙ୍ଗାନା ଓ ପଞ୍ଜାବରେ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି । ସେହିପରି ବିହାର, ହିମାଚଳପ୍ରଦେଶ ଓ କେରଳରେ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.