fbpx

କାହା ପାଇଁ ବଢ଼ିବ ଲକ୍ ଡାଉନ ଅବଧି ? ଦାୟୀ କିଏ ?

୨୧ ଦିନିଆ ଲକ୍ ଡାଉନ ର ମାତ୍ର ୧୪ ଦିନ ଯାଇଛି । ଆହୁରି ଅଛି ୭ ଦିନ । ମାତ୍ର ସମସ୍ତେ ଏବେ ଅସ୍ତବ୍ୟସ୍ଥ । ୧୪ ତାରିଖକୁ ସମସ୍ତଙ୍କ ଅପେକ୍ଷା । କେବେ ଖୋଳିବ ଲକ୍ ଡାଉନ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।ଏବେ ଏହା ବି ଆଶଙ୍କା କରାଗଲାଣି ଯେ ବଢ଼ିପାରେ ଲକ୍ ଡାଉନ । କିନ୍ତୁ ଜାଣିଛନ୍ତି କି ଏଭଳି ହେଲେ ଏଥିପାଇଁ ଦାୟୀ କିଏ ? ଏହା ଜାଣିବା ପୂର୍ବରୁ ପ୍ରଥମେ ଜାଣି ନିଅନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ପରିସଂଖ୍ୟାନ ଉପରେ । ଇଣ୍ଡିଆ ସେଣ୍ଟର ଅଫ୍ ମେଡିକାଲ୍ ରିସର୍ଚ ଅନୁଯାୟୀ ଜଣେ ଆକ୍ରାନ୍ତ ବ୍ୟକ୍ତି ଏକ ମାସର ଅବଧି ଅର୍ଥାତ ମାତ୍ର ୩୦ ଦିନ ମଧ୍ୟରେ ୪୦୬ ଜଣଙ୍କୁ ଆକ୍ରାନ୍ତ କରିପାରେ ।ସେଭଳି ସ୍ଥଳରେ ନାଁ କେହି ଲକ୍ ଡାଉନ ନିୟମକୁ ମାନୁଛନ୍ତି ନାଁ ସଂଙ୍ଗରୋଧରେ ରହୁଛନ୍ତି ।ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବାକୁ ଯେଉଁ କିଛି ସମୟ ଏଥିରେ ରିହାତି ଦିଆଯାଉଛି ସେ ସମୟରେ ବି ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି । ଏପରିକି ଜଣେ ଭଦ୍ର ବ୍ୟକ୍ତି କ୍ୟାରେଣ୍ଟାଇନ ସେଣ୍ଟର ରୁ ବେଡସିଟ୍ ସହାୟତାରେ ଲୁଚି ପଳାଇବାରେ ବି ସକ୍ଷମ ହୋଇଛନ୍ତି ।ଏପରି ଅବସ୍ଥାରେ ଲକ୍ ଡାଉନର ଉଦ୍ଦେଶ୍ୟ କିପରି ବି ସାଧିତ ହେବ । କିଭଳି ଗୋଷ୍ଠୀ ସଂକ୍ରମଣ ରୋକାଯିବ ? ତେଣୁ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଲକ୍ ଡାଉନ ଅବଧି ବଢ଼ିଲେ ନିଜ ସମାଜିକ ଦାୟିତ୍ୱ ତୁଲାଉନଥିବା ,ସରକାରଙ୍କ ନିର୍ଦ୍ଦେଶ ମାନୁ ନଥିବା ପ୍ରତିଟି ବ୍ୟକ୍ତି ଦାୟୀ ରହିବେ ।

Get real time updates directly on you device, subscribe now.