NATIONALTOP STORIES

ତାମିଲନାଡୁରେ ନିଷିଦ୍ଧ ହେବ ଟିକଟକ୍ ଆପ

ତାମିଲନାଡୁ,୧୨ ।୨( ଓଡିଶା ଭାସ୍କର): ସଂସ୍କୃତିକୁ ବିପନ୍ନ କରିଥିବା ଅଭିଯୋଗରେ ତାମିଲନାଡୁରେ ଟିକଟିକ୍ ମୋବାଇଲ ଆପକୁ ନିଷିଦ୍ଧ କରାଯିବ । ଯାହାକି ଆଜି ବିଧାନସଭାରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଏମ୍ ମନିକନ୍ଦମ୍ ସୂଚନା ଦେଇଛନ୍ତି । ଏହା ସହିତ ସାରା ଦେଶରେ ଏହି ଆପକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଟିକଟିକ୍ ଭିଡିଓରେ ଯୁବପିଢିମାନେ ବିଶେଷ ଭାବେ ପ୍ରଭାବିତ ହେଉଥିବା ବେଳେ ସମାଜରେ ଏହାର କୁପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି । ଏହା ସହିତ ଆଇନଶୃଙ୍ଖଳା ପରିସ୍ଥିତ ଓ ସଂସ୍କୃତି ବିପନ୍ନ ହେଉଥିବାର ଅଭିଯୋଗ ହେଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close