CITY NEWSLOCAL NEWSNATIONALNEWSPOLITICSTOP STORIES

କଂଗ୍ରେସକୁ ଝଟକା: ପଦ୍ମ ଧରିଲେ ବରିଷ୍ଠ କଂଗ୍ରେସ ନେତା ଅରବିନ୍ଦ ଶର୍ମା

ଭୁବନେଶ୍ୱର, ୧୫/୩(ଓଡିଶା ଭାସ୍କର): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ପ୍ରକ୍ରିୟା ସେତିକି ଯୋରରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଦିଦିନ ଅନେକ ନେତା ଦଳ ବଦଳ କରିବା ସହ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଦଳ ପରିତ୍ୟାଗ ମଧ୍ୟ କରୁଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ଦଳ ପରିତ୍ୟାଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଦୁଇ-ଦୁଇ ଥରର ସାଂସଦ ଅରବିନ୍ଦ ଶର୍ମା । ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ଉତ୍ସବରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଉପସ୍ଥିତିରେ ସେ ପଦ୍ମ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ୧୯୯୬ ମସିହାରୁ ସୋନିପତ ଲୋକସଭା ଆସନରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅରବିନ୍ଦ ୨୦୦୪ ରୁ ୨୦୧୪ ମସିହା ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *