fbpx

କରୋନାକୁ ମାର ଗୁଳି! କ୍ୱାରେଣ୍ଟାଇନ ସେଣ୍ଟରରେ ଚାଲିଲା ଅଶ୍ଳୀଳ ଡ୍ୟାନ୍ସ

କ୍ୱାରେଣ୍ଟାଇନ ସେଣ୍ଟରରେ ଅଶ୍ଳୀଳ ଡ୍ୟାନ୍ସ । କରୋନକୁ ଖାତିର ନକରି ନିଜ ମଉଜରେ ମାତିଛନ୍ତି ପ୍ରବାସୀ । କରୋନାକୁ ନେଇ ସରକାର ବି ଭୟଭୀତରେ ଥିବା ବେଳେ ତାଙ୍କର ର ବା କଣ ଫରକ୍ ପଡୁଛି । ତେବେ କରୋନା ମୁକାବିଲା ପାଇଁ ଲାଗୁହୋଇଥିବା ଲକଡାଉନ କାରଣରୁ ବହୁ ପ୍ରବାସୀ ଶ୍ରମିକ ନିଜ ଘରମୁହାଁ ହେବାରେ ଲାଗିଛନ୍ତି । ସେମାନଙ୍କୁ କରୋନା ହୋଇଥିବା ଆଶଙ୍କାରେ ସବୁ ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟରରର ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ବିହାରର ସମସ୍ତିପୁର ଜିଲ୍ଲାର ବିଭୂତିପୁର ପ୍ରଖଣ୍ଡର ଏକ କ୍ୱାରେଣ୍ଟାଇନରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ସେଠାରେ ଲୋକମାନେ କରୋନାକୁ ହୀନ ଭାବିବା ସହ ନିଜ ମଉଜ ପାଇଁ ଅଶ୍ଳୀଳ ଡ୍ୟାନ୍ସର ଆୟୋଜନ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେବା ପରେ ଦାବି ହେଉଛି କି, କ୍ୱାରେଣ୍ଟାଇନରେ ଥିବା କିଛି ପ୍ରତିନିଧି ମିଶି ଏହାର ଆୟୋଜନ କରିଥିଲେ । କିନ୍ତୁ ଭିଡିଓ ସାମନାକୁ ଆସିବା ପରେ ଏହାର ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନ ଆଦେଶ ଦେଇଛନ୍ତି । କାର୍ଯ୍ୟକ୍ରମଟି ସରକାରୀ ସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.