fbpx

କଳା ଗହମ ବଦଳାଇଦେଲା କୃଷକଙ୍କ ଭାଗ୍ୟ, ହୋଇଗଲେ ମାଲାମାଲ୍

କୃଷକମାନେ ସାଧାରଣତଃ ସେମାନଙ୍କ ପାରମ୍ପରିକ ଚାଷ କାର୍ଯ୍ୟକୁ ବିଶ୍ୱାସ କରିଥାନ୍ତି । ଅର୍ଥାତ୍ ଯେଉଁଠି ଯେଉଁ ଚାଷ ପୂର୍ବରୁ ହେଉ ଆସୁଛି, କୃଷକଙ୍କ ପିଢି ପରେ ପିଢି ସେହି କାର୍ଯ୍ୟ କରନ୍ତି । କିନ୍ତୁ ଏହାକୁ ଭୁଲରେ ପ୍ରମାଣିତ କରିଛନ୍ତି ମଧ୍ୟପ୍ରଦେଶର ଜଣେ କୃଷକ । ସେ ନିଜର ପାରମ୍ପରିକ ଚାଷଠାରୁ ନିବୃତ୍ତ ହୋଇ କଳା ଗହମ ଚାଷ କରିଥିଲେ, ଯାହାର ଫଳସ୍ୱରୂପ ସେ ଏବେ ଲକ୍ଷପତି ହୋଇଛନ୍ତି । କଳାଗହମ ଚାଷୀଙ୍କ ଭାଗ୍ୟକୁ ହିଁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । କୃଷକ ଜଣକ ନିଜ ଫସଲଠାରୁ ଚାରି ଗୁଣ ମୂଲ୍ୟ ପାଇଛନ୍ତି ।

ତେବେ ଧର ଜିଲ୍ଲାର ସିରସୌଦାର କୃଷକ ବିନୋଦ ଚୌହାନ ତାଙ୍କର ୨୦ଟି ବଡ ବିଲରେ କଳା ଗହମ ଚାଷ କରିଥିଲେ । କିନ୍ତୁ ଯେତେବେଳେ ଅମଳ ଆସିଲା , ସେବେ ବିନୋଦଙ୍କ ଖୁସି ଦ୍ୱିଗୁଣିତ ହୋଇଗଲା । ବର୍ତ୍ତମାନ ବିନୋଦଙ୍କ ପାଖକୁ ବହୁ ଦୂର ଦୂରରୁ ଲୋକେ ଏହି ଦୁଲର୍ଭ କଳା ଗହମ କିଣିବାକୁ ଧାଇଁ ଆସୁଛନ୍ତି । ପ୍ରାୟ ୧୨ରୁ ଅଧିକ ରାଜ୍ୟରୁ କଳା ଗହମ କିଣିବାକୁ ଡିମାଣ୍ଡ ରହିଛି । ସିରସୌଦାର ଏହି କୃଷକ ଏବେ କେବଳ ଯେ ଉତ୍ସାହିତ ଅଛନ୍ତି ତା ନୁହେଁ, ବରଂ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ବିନୋଦ ୨୦ଟି ବଡ ବିଲରେ ୫ କ୍ୱିଣ୍ଟାଲ କଳା ଗହମ ଲାଗାଇଥିବା ବେଳେ ୨୦ କ୍ୱିଣ୍ଟାଲ ଉତ୍ପାଦନ କରିଛନ୍ତି । ଏହି କଳା ଗହମ ସାଧାରଣ ଗହମଠାରୁ ଅଧିକ ପୁଷ୍ଟିକର ଓ ରୋଗ ସହିତ ଲଢିବାକୁ ସାହାର୍ଯ୍ୟ କରିଥାଏ । ଏଥିରେ ଆଇରନ୍ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଏହି କଳା ଗହମ କିଣିବାକୁ ସୋସିଆଲ ମିଡିଆରେ ଅନେକ ଫୋନ୍ କଲ ଆସୁଥିବା ବିନୋଦ କହିଛନ୍ତି ।

Get real time updates directly on you device, subscribe now.