NATIONALNATIONAL NEWSNEWSTOP STORIES

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି, ତିନି ତଲାକ ବିଲକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୨ା୬: ତିନି ତଲାକ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଷୋଡ଼ଶ ଲୋକସଭା ଭଙ୍ଗ ପରେ ପ୍ରଭାବହୀନ ହୋଇଥିଲା ବିଲ । ସଂସଦର ଆଗାମୀ ଅଧିବେଶନରେ ଆଗତ ହେବ ତିନି ତଲାକ ବିଲ । ବିରୋଧୀ ଉଠାଇଥିବା ଆପତ୍ତି ନେଇ ମଧ୍ୟ ଆଲୋଚନା କରାଯିବ । କାଶ୍ମୀରିର ଅନ୍ତର୍ଜାତୀୟ ସୀମାରେ ରହୁଥିବା ଗାଁକୁ ସରକ୍ଷଣ ମିଳିବ । ନିଯୁକ୍ତି, ପଦୋନ୍ନତି ଓ ନାମଲେଖା କ୍ଷେତ୍ରରେ ସରକ୍ଷଣ ସୁବିଧା ମିଳିବ । ଆଉ ୪୩୫ ଗାଁର ୩.୫ଲକ୍ଷ ଲୋକ ଉପକୃତ ହେବ । ପୂର୍ବରୁ କେବଳ ନିୟନ୍ତ୍ରଣ ରେଖାରେ ରହୁଥିବା ଲୋକେ ସୁବିଧା ପାଉଥିଲେ । ବିଶ୍ୱବିଦ୍ୟାଳୟରେ ଜାରି ରହିବ ୨୦୦ ସୂତ୍ରୀ ରୋଷ୍ଟର । ସାଧାରଣ ବର୍ଗ ପାଇଁ ୬୦% ସରକ୍ଷଣକୁ ତୁରନ୍ତ ଲାଗୁ କରାଯିବ । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଶିକ୍ଷକ କ୍ୟାଡ଼ର) ସରକ୍ଷଣକୁ ମଞ୍ଜୁରି ହୋଇଛି । ୭ହଜାର ଖାଲି ପଦବୀରେ ଶିକ୍ଷକ କ୍ୟାଡ଼ରରେ ସିଧାସଳଖ ନିଯୁକ୍ତି ହେବ । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାସ ଜାଭେଦକର ଏନେଇ ସୂଚନା ଦେଇଛନ୍ତି । ନୂଆ ବିଲରେ ବିରୋଧୀଙ୍କ ପ୍ରସ୍ତାବକୁ ଧ୍ୟାନ ଦିଆଯାଇଛି । ବିଲରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସକୁ ଗୁରୁତ୍ୱ ଦିଆଯାଇଛି ।

Show More

Leave a Reply

Your email address will not be published. Required fields are marked *

Related Articles