fbpx

ରାଜ୍ୟରେ ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା?

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ସଙ୍କଟ ଲାଗିରହିଥିବା ବେଳେ ଆସିଲା ନୂଆ ଗାଇଡଲାଇନ୍ । ଅଗଷ୍ଟ ୧ରୁ ୩୧ ଯାଏଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅନଲକ୍ ୩କୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ‘ଅବରୋଧ ଅଞ୍ଚଳରେ ଲକଡାଉନ ଜାରି ରହିବ । ଅବରୋଧ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯିବ । ଅବରୋଧ ଅଞ୍ଚଳର ତଥ୍ୟ ସରକାରଙ୍କ ୱେବସାଇଟରେ ଉପଲବ୍ଧ ହେବ ।’

ତେବେ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତି କର୍ଫ୍ୟୁ ବଳବତ୍ତର ରହିବ । ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଆଇଟି କମ୍ପାନୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଜାତୀୟ ରାଜପଥରେ ଢାବା ଖୋଲା ରହିବ । ଢାବାରେ କେବଳ ଖାଦ୍ୟ ପାର୍ସଲ ନେଇ ହେବ । ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ କଟକଣା ଲଗାଇପାରିବେ ।

ଅନ୍ୟପଟେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତିରେ ରବିବାର ଓ ଶନିବାର ଦିନ ସଟଡାଉନ୍ ଜାରି ରହିବ । ରାଉରକେଲା ପୌରାଞ୍ଚଳରେ ମଧ୍ୟ ଶନିବାର ଓ ରବିବାର ସଟଡାଉନ ରହିବ । କଣ୍ଟେନମେଣ୍ଟ ଜୋନରେ ସମ୍ପୂର୍ଣ୍ଣ ଲକଡାଉନ୍ ବଳବତ୍ତର ରହିବ । ଅଗଷ୍ଟ ୩୧ ଯାଏଁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବାରଣ କରାଯାଇଛି । ସିଇମିଂ ପୁଲ, ସିନେମା ହଲ, ଥିଏଟର, ସଭାସମିତି ବନ୍ଦ ରହିବ । ଅଗଷ୍ଟ ୫ରୁ କିଛି ନିୟମ ସହ ରାଜ୍ୟରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବ । ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହେଲେ ପରୀକ୍ଷା ହେବ ଓ ଖାତାଦେଖା ଚାଲିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ ।

Get real time updates directly on you device, subscribe now.