NATIONALTOP STORIES

କୋଲକାତା ରେ ପୁଣି ଭୁସୁଡିଲା ବ୍ରିଜ୍

କୋଲକାତା,୭।୯:କୋଲକାତା ମାଝେରହାଟ ଅଂଚଳରେ ମଙ୍ଗଳବାର ବ୍ରୀଜ୍ ଭୁଷୁଡିବା ଘଟଣା ମନରୁ ନ ଲିଭୁଣୁ ଶୁକ୍ରବାର ସିଲିଗୁଡି ଅଂଚଳରେ ମଧ୍ୟ ଆଉ ଏକ ପୋଲ ଭାଙ୍ଗି ଯାଇଛି । ପୋଲ ଉପରେ ଏକ ଟ୍ରକ ଫସି ହୋଇ ରହିଛି । ତେବେ ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ଖବର ଆସିନାହିଁ । ଏହି ଅଘଟଣା ପୂର୍ବରୁ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, କୋଲକାତା ଏବଂ ହାଓଡାରେ ପ୍ରାୟ ୨୦ଟି ଏପରି ପୋଲ ରହିଛି ଯାହା ଅସୁରକ୍ଷିତ । କାରଣ ଏହା ଏକ୍ସପାୟରୀ ତାରିଖ ପାର୍ କରି ସାରିଛି । ଏହି ପୋଲ ଉପରେ ମମତା ୧୦ ଏବଂ ୨୦ ଚକିଆ ଟ୍ରକ୍ ଚଳାଚଳ ନେଇ ପ୍ରତିବନ୍ଧକ ଲଗାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close