BUSINESSODISHA

ସେଲ୍ ଅଧ୍ୟକ୍ଷ ରୂପେ ଅନିଲ କୁମାର ଚୌଧୁରୀଙ୍କ କାର୍ଯ୍ୟଭାର ଗ୍ରହଣ

ରାଉରକେଲା, (ଆପ୍ର): ମହାରତ୍ନ କମ୍ପାନୀ ସେଲ୍ର ଅଧ୍ୟକ୍ଷ ରୂପେ ଅନିଲ କୁମାର ଚୌଧୁରୀ ସେପ୍ଟେମ୍ବର ୨୨ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ସେ ୨୦୧୧ ମସିହାରୁ ସେଲ୍ର ନିର୍ଦ୍ଦେଶକ(ଅର୍ଥ) ରୂପେ ଦାୟିତ୍ୱ ନିର୍ବାହୀ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଚୌଧୁରୀ ସେଲ୍ରେ ୧୯୮୪ ମସିହାରେ ଅର୍ଥ ବିଭାଗରେ କନିଷ୍ଠ ପ୍ରବନ୍ଧକ ରୂପେ ଯୋଗଦେଇଥିଲେ । ଚାକିରିକାଳ ମଧ୍ୟରେ ସେ ପଦୋନ୍ନତି ଲାଭ କରି ବୋକାରୋ ଇସ୍ପାତ କାରଖାନାରେ ୨୦୧୦ ମସିହାରେ ଅର୍ଥ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ହୋଇଥିଲେ । ସେଲ୍ରେ ନିଜର କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଚୌଧୁରୀ ଟ୍ରେଜେରୀ ଓ ବ୍ୟାଙ୍କିଂ ଅପରେସନ, ବିଦେଶୀ ମୁଦ୍ରା ପ୍ରବନ୍ଧନ, ପୁଞ୍ଜିଗତ ବଜେଟ୍, ବ୍ୟୟ ଓ ପରିଚାଳନାଗତ ବଜେଟ, ବିତ୍ତୀୟ ସହମତି ଏବଂ କେନ୍ଦ୍ରୀକୃତ ଗ୍ରାଚୁଇଟି ଏବଂ ସେବାନିବୃତ୍ତି ପାଣ୍ଠି ଆଦି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସମଗ୍ର ଇସ୍ପାତ ଉଦ୍ୟୋଗ ବୈଶ୍ୱିକ କ୍ଷମତାଠାରୁ ଅଧିକ ଉତ୍ପାଦନ ଓ କ୍ରମବର୍ଦ୍ଧିଷ୍ଣୁ କୋଇଲା ଦର ଭଳି ଆହ୍ୱାନର ସମ୍ମୁଖୀନ ହେଉଥିନା ସମୟରେ ଶ୍ରୀ ଚୌଧୁରୀ କମ୍ପାନୀର ଆର୍ଥିକ ପ୍ରଦର୍ଶନରେ ଉନ୍ନତି ଆଣିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବ୍ୟୟ ନିପୁଣତା, ସମ୍ବଳର ସର୍ବଶ୍ରେଷ୍ଠ ଉପଯୋଗ ଏବଂ ସଠିକ ଆର୍ଥିକ ପରିଚାଳନାରେ ତାଙ୍କର ସମୟୋପଚିତ ଅଣନୀତି ସେଲ୍କୁ ପଟ୍ଟ ପରିବର୍ତ୍ତନ ହାସଲ କରିବାରେ ସହାୟକ ହୋଇଥିଲା । ଇନ୍ଷ୍ଟିଚ୍ୟୁଟ ଅ‘୍ କଷ୍ଟ ଆକାଉଣ୍ଟାଣ୍ଟସ ଅ‘୍ ଇଣ୍ଡିଆ ଏବଂ ଇନ୍ଷ୍ଟିଚ୍ୟୁଟ ଅ‘୍ କମ୍ପାନୀ ସେକ୍ରେଟାରୀଜର ସହଯୋଗୀ ସଦସ୍ୟ, ଶ୍ରୀ ଚୌଧୁରୀ େ‘କଲ୍ଟି ଅ‘୍ ଲ ଷ୍ଟଡିଜରେ ଆଇନ ଅଧ୍ୟୟନ କରି ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ଏଥିସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର େ‘କଲ୍ଟି ଅ‘୍ ମ୍ୟାନେଜମେଣ୍ଟ ଷ୍ଟିଡିଜରୁ ସେ ପର୍ସନାଲ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଛନ୍ତି । ଆର୍ଥିକ ଓ ବ୍ୟବସାୟିକ ପ୍ରବନ୍ଧନରେ ମଧ୍ୟ ବହୁ ସମ୍ମାନଜନକ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close