CITY NEWSNEWSTOP STORIES

ଜୟଦେବ ବିହାରରେ ହୋଟେଲ୍ ଜଳିଗଲା

ଭୁବନେଶ୍ୱର, ୧୫ା୧୦ (ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ହୋଟେଲ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି । ଗ୍ୟାସ୍ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଗ୍ନିକାଣ୍ଡ ଘଟିବା ମାତ୍ରେ ସ୍ଥାନୀୟ ଅଞ୍ଚଳବାସୀ ହୋଟେଲ୍ ନିକଟରେ ରୁଣ୍ଡ ହୋଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଶେଷରେ ଅଗ୍ନିଶମ ବାହିନୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତକୁ ଆଣିବାରେ ସକ୍ଷମ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close