fbpx
BSKY
BJD MC SKY
BJD MS SKY

ଏ କି ଚମତ୍କାର ଘଟିଲା! ଆମାଜନ ବକ୍ସ ଭିତରୁ ପ୍ରଡକ୍ଟ ବାହାରିବା ବଦଳରେ ବାହାରିଲା ଏକ ଜୀଅନ୍ତା ବିଲେଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ, ଡ୍ରେସ ପରି ଅନେକ ପ୍ରକାରର ସାମଗ୍ରୀ ଅର୍ଡର କରିଥାନ୍ତି । ତେବେ ଅନେକ ସମୟରେ ଜଣେ ବ୍ୟକ୍ତି ପନିର ମଗାଇଥିବା ବେଳେ ଘରେ ଆସି ପହଞ୍ଚିଥାଏ ପାଉଡର, ସାବୁନ ପରି ଅଲଗା ପ୍ରକାରର ଜିନିଷ । ଏଭଳି ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟର ସବୁ ସୀମାକୁ ଅତିକ୍ରମ କରିଦେଇଛି ।

ଖବର ମୁତାବକ, ନିକଟରେ ଆମାଜନର ଏକ ବକ୍ସ ଭିତରୁ ପ୍ରଡକ୍ଟ ବାହାରିବା ବଳରେ ବାହାରିଛି ଏକ ଜୀଅନ୍ତା ବିଲେଇ । ସାଧାରଣ ଭାବେ କୌଣସି ଜିନିଷ ଅନଲାଇନରେ ଅର୍ଡର କଲେ ତାହା ଘରେ ଡେଲିଭରି ହେବାକୁ ଅତିକମରେ ୪-୫ ଦିନ ସମୟ ଲାଗିଯାଇଥାଏ । ତେଣୁ ଏଭଳି ସ୍ଥିତିରେ ଗୋଟିଏ ବିଲେଇ ନଖାଇ ନପିଇ ଏକାଧିକ ଦିନ ବକ୍ସ ଭିତରେ କିପରି ଜୀବିତ ରହିପାରିବ? ତେଣୁ ଏହି କଥାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ । କଥାଟି କିନ୍ତୁ ପ୍ରକୃତରେ ସତ ।

ଆମେରିକାରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ବିଲେଇଟି ବକ୍ସ ଭିତରେ ୬ ଦିନ ନ ଖାଇ ନ ପିଇ ରହିଥିଲା । ବନ୍ଦ ପ୍ୟାକେଟ ଭିତରେ ରହି ବିଲେଇଟି ତା’ର ମାଲିକର ଘରଠାରୁ ୫୦୦ ମାଇଲ ଦୂର କାଲିଫର୍ଣ୍ଣିଆକୁ ଚାଲିଯାଇଥିଲା । ନିଜର ପୋଷା ବିଲେଇଟି ଗତ ମାସ ୧୦ ତାରିଖରେ ଅଚାନକ ନିଖୋଜ ହୋଇଯିବା ପରେ ଦମ୍ପତ୍ତି ବହୁତ ଖୋଜାଖୋଜି କରିଥିଲେ । ଏପରିକି ପୋଷ୍ଟର ମଧ୍ୟ ମାରିଥିଲେ । ମାତ୍ର ତା’ର କୌଣସି ଖୋଜ ଖବର ମିଳିନଥିଲା । ତେବେ ନିଖୋଜ ହେବାର ପାଖାପାଖି ୭ ଦିନ ପରେ ଦମ୍ପତ୍ତିଙ୍କ ଘରକୁ ଆସିଥିଲା ଏକ ଫୋନ୍ କଲ୍ । ତା’ପରେ ଘରଲୋକେ ଶାନ୍ତେିର ନିଃଶ୍ୱାସ ମାରିଥିଲେ । ସବୁଠାରୁ ବଡ଼ କଥା ହେଉଛି, ୩ ଫୁଟର ଏକ ବକ୍ସ ଭିତରେ ବିଲେଇଟି ୬ ଦିନ ପର୍ଯ୍ୟନ୍ତ କିଛି ନ ଖାଇ ନ ପିଇ ଜୀବିତ ରହିଥିଲା । ତେବେ ପୋଷା ବିଲେଇଟିଏକ ପ୍ୟାକେଟ ଭିତରକୁ ଡେଇଁ ପଡ଼ିଥିଲା । ଫଳରେ ମାଲିକ ଘରଠାରୁ ୫୦୦ ମାଇଲ ଦୂର କାଲିଫଣ୍ଣିଆକୁ ବିଲେଇଟି ଚାଲିଯାଇଥିଲା । ପାଖାପାଖି ୭ ଦିନ ପରେ କାଲିଫର୍ଣ୍ଣିଆର ଆମାଜନର ୱେୟାର ହାଉସର ଜଣେ କର୍ମଚାରୀ ବିଲେଇଟିକୁକୁ ପାଇଥିବା ବିଷୟରେ କହିଥିଲେ ।

Get real time updates directly on you device, subscribe now.