fbpx

ଟାଇମ ମାଗାଜିନର ୧୦୦ ଜଣ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାକ୍ଷୀ ଏବଂ ଆଲିଆ, ଜାଣନ୍ତୁ ଆଉ କେତେ ଭାରତୀୟଙ୍କୁ ମିଳିଛି ଏଥିରେ ସ୍ଥାନ

ନୂଆଦିଲ୍ଲୀ: ଟାଇମ ମାଗାଜିନ ୨୦୨୪ ବର୍ଷର ୧୦୦ ଜଣ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ତାଲିକା ଜାରି କରିଛି । ବୁଧବାର ସଂଧ୍ୟାରେ ଜାରି କରାଯାଇଥିବା ଏହି ଲିଷ୍ଟରେ ଦୁଇଜଣ ଭାରତୀୟଙ୍କର ନାମ ମଧ୍ୟ ସାମିଲ ରହିଛି । ଅଲମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲିକ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଟାଇମ ମାଗାଜିନର ଲିଷ୍ଟରେ ସ୍ଥାନ ମିଳିଛି ।

କୁସ୍ତିରେ ଭାରତର ଏକମାତ୍ର ମହିଳା ଅଲମ୍ପିକ ପଦକ ବିଜେତା ସାକ୍ଷୀଙ୍କୁ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହ ଦ୍ୱାରା ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ବିରୋଧରେ ତାଙ୍କ ଲଢେଇ ପାଇଁ ଏହି ସୂଚୀରେ ତାଙ୍କୁ ସ୍ଥାନ ମିଳିଛି । ସେହିଭଳି ଆଲିଆ ଭଟ୍ଟଙ୍କୁ ଆକ୍ଟିଙ୍ଗ ଏବଂ ଜନ ମଙ୍ଗଳ କାର୍ଯ୍ୟରେ ଯୋଗଦାନ ପାଇଁ ଲିଷ୍ଟରେ ସ୍ଥାନ ମିଳିଛି ।

ଏହି ଲିଷ୍ଟରେ ଭାରତୀୟ ବଂଶଜ ହଲିଉଡ଼ ଅଭିନେତା ଦେବ ପଟେଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିିଁ । ଦେବ ପଟେଲ ଇଣ୍ଡୋ-ବ୍ରିଟିଶ ବଂଶଜଙ୍କ ଆକ୍ଟର । ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା ମଧ୍ୟ ଭାରତୀୟ ବଂଶଜର ବ୍ୟକ୍ତି ଅଟନ୍ତି ଏବଂ ତାଙ୍କୁ ମଧ୍ୟ ଏହି ମାଗାଜିନର ଲିଷ୍ଟରେ ସ୍ଥାନ ମିଳିଛି । ତାଲିକାରେ ୟୁସେ ଡିପାର୍ଟମେଣ୍ଟର ଲୋନ ପ୍ରୋଗ୍ରାମ ଅଫିସର ଡାୟରେକ୍ଟର ଜିଗର ଶାହଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି । ଶାହଙ୍କ ଜନ୍ମ ଗୁଜରାଟର ମୋଡାସାରେ ହୋଇଥିଲା ।

ବିଜନେସମ୍ୟାନ ଅଜୟ ବଙ୍ଗା ମଧ୍ୟ ଟାଇମ ମାଗାଜିନର ୧୦୦ ଜଣିଆ ପ୍ରଭାବଶାଳୀ ଲୋକଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ସେ ୱାର୍ଲଡ ବ୍ୟାଙ୍କର ଅଧ୍ୟକ୍ଷ ଅଟନ୍ତି । ତାଙ୍କର ଜନ୍ମ ମହାରାଷ୍ଟ୍ରର ପୁନେରେ ହୋଇଥିଲା । ଫେସମ ସେଫ ଆସମା ଖାନଙ୍କୁ ମଧ୍ୟ ଏହି ଲିଷ୍ଟରେ ସ୍ଥାନ ମିଳିଛି । କୋଲକାତାରେ ଜନ୍ମ ହୋଇଥିଲେ । ଏହାପରେ ସେ ଲଣ୍ଡନର ଦାର୍ଜିଲିଙ୍ଗ ଏକ୍ସପ୍ରେସର ମାଲିକ ଅଟନ୍ତି । ପ୍ରଫେସର ପ୍ରିୟମବଦା ନଟରାଜନଙ୍କୁ ମଧ୍ୟ ଏହି ସ୍ଥାନ ମିଳିଛି ।

Get real time updates directly on you device, subscribe now.