fbpx

ଟିପିସିଓଡିଏଲ୍ ବିରୁଦ୍ଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ଆନ୍ଦୋଳନ

ଭୁବନେଶ୍ୱର: ଜିଲ୍ଲା କଂଗ୍ରେସ କମିଟି ତରଫରୁ ଟିପିସିଓଡିଏଲ ବିରୋଧରେ ଗଣ ଆନ୍ଦୋଳନ ।  ଗୁରୁବାର ପୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କଂଗ୍ରେସ କମିଟିର ତରଫରୁ କରାଯାଇଥିଲା ଆନ୍ଦୋଳନା।

କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟରେ ଦେଢ଼ ବର୍ଷ ଧରି ଆଦାୟ ହୋଇ ନଥିବା ବିଦ୍ୟୁତ୍ ବିଲ୍ କୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର୍ ଜିଲ୍ଲାର ତିନି ନମ୍ବର ଜୋନର ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସଭାପତିତ୍ୱରେ ଏବଂ ଦୁଇ ନମ୍ବର୍ ବ୍ଲକ୍ ର ସଭାପତି ଅଶୋକ ଦାସ ଧାରଣାର ନେତୃତ୍ୱ ନେଇଥିଲେ ।

ଟାଟା କମ୍ପାନୀ ଏବଂ ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକାର ଯେଉଁ ଖେଳ ଚାଲିଛି ତାହାର ଫାଇଦା ନେଇ ଟାଟା କମ୍ପାନୀ ଓଡ଼ିଶା ବାସୀଙ୍କୁ ଶୋଷଣ କରୁଥିବା ନେଇ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ କହିଛନ୍ତି  । ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟକ୍ରମ ବିରୁଦ୍ଧରେ ସମସ୍ତ କଂଗେସ କର୍ମୀ ଲଢେଇ କରିବେ । ପୁରୁଣା ମିଟର ଥିବାରୁ ନୂଆ ମିଟର ବସେଇବାର ଆବଶ୍ୟକ ନାହିଁ ତଥାପି ନୂଆ ମିଟର ବସାଉଥିବାରୁ ତାଙ୍କୁ ଦୃଢ଼ ନିନ୍ଦା କରିଛନ୍ତି । ଆଗାମୀଦିନରେ ଲୋକ ମାନେ ବିଚ୍ ରାସ୍ତାରେ ଜବାବ୍ ଦେବେ ବୋଲି ପ୍ରକାଶ କରିଛନ୍ତି  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଶିବାନନ୍ଦ ରାୟ ।

କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ରଂଜନ ଚୌଧୁରୀ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋରଞ୍ଜନ ଦାଶ ଭୁବନେଶ୍ୱର ବ୍ଲକ୍ କଂଗ୍ରେସ କମିଟି ର ସଭାପତି ଚାରି ନମ୍ବର ବ୍ଲକ୍ କଂଗ୍ରେସ କମିଟିର ଶ୍ରୀଧର ବଳିଆରସିଂ, ଛ ନମ୍ବର୍ ବ୍ଲକ୍ ଜୋନ୍ ର ସଭାପତି ଶ୍ରୀଯୁକ୍ତ ମିହିର୍ ଆଚାର୍ୟ୍ୟ ପ୍ରମୁଖ , କଟକ ଜିଲ୍ଲାର ବାରଙ୍ଗ ସଭାପତି ଶ୍ରୀଯୁକ୍ତ ହାତୀ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇ  ବିଜୁଜନତା ଦଳ, ନବୀନ ସରକାରଙ୍କୁ ସମାଲୋଚନା କରିବା ସହ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ଏହା ୫୦୦ କୋଟିର ଦୁର୍ନୀତି ବୋଲି କହିଥିଲେ । ସର୍ବ ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଟିପିସିଓଡିଏଲ ମୁଖ୍ୟଙ୍କ ଉଦ୍ଦେଶ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

 

 

 

 

Get real time updates directly on you device, subscribe now.