CHARIDHAM

ହକି ବିଶ୍ୱକପ୍‌: ସ୍ପେନ୍‌କୁ ଏକତରଫା ମାତ୍ ଦେଲା ଇଂଲଣ୍ଡ, ୪-୦ରେ ସ୍ପେନ୍ ପରାସ୍ତ

ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ସ୍ପେନ୍‌କୁ ଏକ ପାଖିଆ ଭାବେ ପରାସ୍ତ କରିଛି ଇଂଲଣ୍ଡ। କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ସ୍ପେନ୍‌କୁ ୪-୦ ଗୋଲ୍‌ରେ ହରାଇଥିଲା। ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ସ୍ପେନ୍‌କୁ କୌଣସି ସୁଯୋଗ ଦେଇ ନଥିଲା ଇଂଲଣ୍ଡ। ଏହି ବିଜୟ ସହିତ ଲିଗ୍ ପର୍ଯ୍ୟାୟ ତିନି ମ୍ୟାଚ୍‌ରେ ଅପରାଜୟ ରହିଛି ଇଂଲଣ୍ଡ।

ଆଜିର ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିଜୟ ପରେ ଭାରତକୁ କ୍ୱାଟର ଫାଇନାଲ ଯିବାକୁ ୱେଲସ ବିପକ୍ଷରେ ବଡ଼ ବିଜୟ ଆବଶ୍ୟକ ପଡିବ। ଭାରତକୁ ଅତି କମ୍‌ରେ ୮-୦ ବ୍ୟବଧାନରେ ୱେଲସ ବିପକ୍ଷରେ ବିଜୟ ଆବଶ୍ୟକ। ନଚେତ୍ ଭାରତକୁ କ୍ୱାଟର ଫାଇନାଲ ଯିବା ପାଇଁ କ୍ରସ୍‌ଓଭର ମ୍ୟାଚ୍ କେଳିବାକୁ ପଡ଼ିବ।