fbpx

୨୪ ଘଣ୍ଟାରେ ସୋସିଆଲ ମିଡିଆରେ ‘ଆକାୟ’ ନାମରେ ହଜାର ହଜାର ଆକାଉଣ୍ଟ, ଇଣ୍ଟରନେଟ୍‌ରେ ତ Memesର ବନ୍ୟା

ମୁମ୍ବାଇ:ଦୀର୍ଘ ସମୟ ଧରି ଅନୁଷ୍କା ଶର୍ମାଙ୍କ ଦ୍ୱିତୀୟ ପ୍ରେଗନାନ୍ସୀକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଫେବୃୟାରୀ ୨୦ ଅର୍ଥାତ୍ କାଲି ଅନୁଷ୍କା ଦ୍ୱିତୀୟ ଥର ମା’ ହୋଇଥିବା ନେଇ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ଅନୁଷ୍କା ଓ ବିରାଟ ନିଜ କୁନି ରାଜକୁମାରଙ୍କ ନାମ ଆକାୟ ରଖିଛନ୍ତି । ବିରୁଷ୍କା ଦ୍ୱିତୀୟ ବାର ସନ୍ତାନ ଲାଭର ସୂଚନା ଦେବା ମାତ୍ରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏବେ ସୋସିଆଲ ମିଡିଆରେ ଆକାୟ ନାମରେ ଲହର ଖେଳିଯାଇଛି । ବିରୁଷ୍କାଙ୍କ ପୁଅ ଆକାୟ ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି । ଇଣ୍ଟରନେଟ୍‌ରେ ତ ମିମ୍‌ସର ବନ୍ୟା ସୃଷ୍ଟି ହୋଇଛି । ଅକାୟ ଜନ୍ମ ନେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ତା’ ନାମରେ ହଜାର ହଜାର ସଂଖ୍ୟାରେ ଫେକ୍ ଆକାଉଣ୍ଟ ତିଆରି ହୋଇସାରିଲାଣି । ଆପଣ ଇନଷ୍ଟାଗ୍ରାମରେ କେବଳ ଅକାୟ ଲେଖନ୍ତୁ ଦେଖିବେ ଆପଣଙ୍କ ଆଖି ସାମ୍ନାରେ ହଜାର ହଜାର ଫେକ୍ ଆକାଉଣ୍ଟ ନଜର ଆସିଯିବ ।

ଜନ୍ମ ହେଉ ହେଉ ଫ୍ୟାନ୍ସ ଆକାୟଙ୍କୁ ଷ୍ଟାର କରିସାରିଲେଣି । ଆକାୟ ଏବେ ମାତ୍ର ୬ ଦିନର ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଏତେମାତ୍ରାରେ ବଢି ଯାଇଥିବା ବେଳେ ସେ ବଡ ହେବା ପରେ ତା’ ପ୍ରତି ସମସ୍ତଙ୍କ ଉତ୍କଣ୍ଠା କେତେମାତ୍ରାରେ ରହିବ ତାହା ସହଜରେ ଅନୁମାନ କରିହେଉଛି । ଅନୁଷ୍କା ୧୫ ଫେବୃୟାରୀରେ ଆକାୟକୁ ଜନ୍ମ ଦେଇଛନ୍ତି । ଜନ୍ମର ୫ ଦିନ ପରେ ସେ ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରିଛନ୍ତି । ତେବେ ବିରୁଷ୍କାଙ୍କ ଏହି ଖୁସିରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଖୁସି ଅଛନ୍ତି ।

Get real time updates directly on you device, subscribe now.