fbpx

ରାଷ୍ଟ୍ରୀୟ ସଙ୍ଗୀତ ଗାଇ ଭିଡିଓ ଅପଲୋଡ୍ କଲେ ୧.୫ କୋଟି ଭାରତୀୟ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଏକ ବିଶେଷ କାର୍ଯ୍ୟକ୍ରମର ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଲୋକଙ୍କୁ ରାଷ୍ଟ୍ରୀୟ ସଙ୍ଗୀତ ଗାଇ ଏହାକୁ ୱେବସାଇଟରେ ଅପଲୋଡ୍ କରିବାକୁ ଥିଲା । ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଂଙ୍ଗୀତ ଗାଇ ଅପଲୋଡ୍ କରିବା କାର୍ଯ୍ୟକ୍ରମରେ ଦେଢ଼ କୋଟି ଦେଶବାସୀ ଭାଗ ନେଇଥିଲେ । ଯେଉଁଥିରେ ପ୍ରସିଦ୍ଧ କଳାକାର, ବିଦ୍ୱାନ, ରାଜନୈତିକ ନେତା, ସିପାହୀ, ପ୍ରସିଦ୍ଧ କୀଡ଼ାବିତଙ୍କ ଠାରୁ ନେଇ ଚାଷୀ, ଶ୍ରମିକ, ଦିବ୍ୟାଙ୍ଗ ସମସ୍ତେ ଏଥିରେ ସାମିଲ ଥିଲେ ।

ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ବୟାନ ଅନୁଯାୟୀ, ୨୫ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରାଷ୍ଟ୍ରୀୟ ସଂଗୀତ ଗାଇବାକୁ ଆହ୍ୱାନ କରିଥିଲେ । ଆଉ କେବଳ ୨୧ ଦିନ ମଧ୍ୟରେ ଦେଢ଼ କୋଟି ଦେଶବାସୀ ରାଷ୍ଟ୍ରୀୟ ସଙ୍ଗୀତ ଗାଇ ଏହାକୁ ଅପଲୋଡ୍ କରିଥିଲେ । ମନ୍ତ୍ରଣାଳୟ କହିଛି ଯେ ଏହା ଡିଜିଟାଲ ଇଣ୍ଡିଆ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଲୋକେ ଡିଜିଟାଲ ଉପାୟରେ ହିଁ ରାଷ୍ଟ୍ରୀୟ ସଙ୍ଗୀତ ଅପଲୋଡ କରିଛନ୍ତି ।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଭାରତ ଏବଂ ସମଗ୍ର ବିଶ୍ୱରୁ ୧.୫ କୋଟିରୁ ଅଧିକ ଭାରତୀୟ ଅଧିବାସୀ ଏହି ବିଶେଷ ଅବସରରେ ଭିଡିଓ ଅପଲୋଡ କରି ରେକର୍ଡ କରିଛନ୍ତି । ଯାହା ଭାରତର ଅନ୍ତର୍ନିହିତ ଏକତା, ଶକ୍ତି ଏବଂ ସଦଭାବର ପ୍ରମାଣ ।

Get real time updates directly on you device, subscribe now.