(Video) ଲରେନ୍ସକୁ ଏନକାଉଣ୍ଟର କଲେ ପୋଲିସକୁ ମିଳିବ ଏକ କୋଟି ପୁରସ୍କାର, କରନି ସେନା କଲା ଘୋଷଣା

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଓ ଅଭିନେତା ସଲମାନ ଖାନଙ୍କ ହତ୍ୟା ଧମକ ପରେ ଚର୍ଚ୍ଚାରେ ଲରେନ୍ସ ବିଷ୍ଣୋଇ । ଏପରି ସମୟରେ କରନି ସେନା କରିଛି ଏକ ବଡ ଘୋଷଣା । ଲରେନ୍ସକୁ ଏନକାଉଣ୍ଟର କରିବା ପୋଲିସକୁ ୧, ୧୧,୧୧,୧୧୧ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି । କରନି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ମାମଲାରେ ବିଷ୍ଣୋଇ ଗ୍ୟାଙ୍ଗର ନାଁ ଆସିଥିଲା ।

କରନି ସେନା ଅଧ୍ୟକ୍ଷ ରାଜ ସେଖାବତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଲରେନ୍ସକୁ ଏନକାଉଣ୍ଟର କରିବା ପୋଲିସ କର୍ମୀଙ୍କୁ ଏକ କୋଟି ୧୧ଲକ୍ଷ ୧୧ହଜାର ଶହେ ଏଗାର ଟଙ୍କା ପୁରସ୍କାର ଦେବାକୁ ସେ କହିଛନ୍ତି । ସେଖାବତ କହିଛନ୍ତି, ଆମର ମୂଲ୍ୟବାନ ରତ୍ନ ଏବଂ ଐତିହ୍ୟ, ଅମର ସହିଦ ସୁଖଦେବ ସିଂହ ଗୋଗାମେଡି ଜୀଙ୍କ ହତ୍ୟାକାରୀ ଲରେନ୍ସର ଏନକାଉଣ୍ଟର କରିବା ପୋଲିସ କର୍ମୀଚାରୀଙ୍କୁ ସ୍ଥାନୀୟ କରନି ସେନା ପୁରସ୍କାର କରିବ ଓ ସେହି ବାହାଦୁର ପୋଲିସର ପରିବାରର ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ଦାୟିତ୍ୱ ସେନା ନେବ ।

ଏଠାରେ କହି ରଖୁ କି, ଗତବର୍ଷ କରନି ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ୫ ଡିସେମ୍ବରରେ କିଛି ଅଜ୍ଞାତ ବ୍ୟକ୍ତି ଜୟପୁର ସ୍ଥିତ ତାଙ୍କ କରେ ପସି ଗୁଳିକରି ହତ୍ୟା କରିଥିଲେ । ଏହା ପରେ, ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହି ହତ୍ୟା ପାଇଁ ଲରେନ୍ସ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା । ଚଳିତ ବର୍ଷ ଜୁନ ୫ରେ ବିଶେଷ ଅଦାଲତରେ ଚାର୍ଜ ସିଟ ଦାଖଲ ହୋଇଥିଲା । ଏଥିରେ ରୋହିତ ଗୋଦାରାଙ୍କୁ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଇଥିଲା । ଏହା ବ୍ୟତୀତ, ଗୋଲ୍ଡି ବରାର, ବିରେନ୍ଦ୍ର ଚାରଣ ସମେତ ଅନ୍ୟମାନଙ୍କ ବିରୋଧର ହତ୍ୟା ଷଡଯନ୍ତ୍ର କରିବାର ଆରୋପ ଲାଗିଥିଲା । ଏସମସ୍ତେ ଲରେନ୍ସ ଗ୍ରୁପର ।

Get real time updates directly on you device, subscribe now.