ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ) ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂଆ ସାଲାରୀ ପ୍ଲସ୍ ଆକାଉଣ୍ଟ ଲଞ୍ଚ କରାଯାଇଛି । ଏହି ସାଲାରୀ ପ୍ଲସ୍ ଆକାଉଣ୍ଟ ମାଧ୍ୟମରେ ଆପଣମାନେ ମାଗଣାରେ ୧ କୋଟି ଟଙ୍କାର ବେନିଫିଟ୍ ପାଇପାରିବେ । ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ମୁତାବକ, ଏହି ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ସ୍କିମରେ ତିନି ପ୍ରକାରର ସାଲାରୀ ଆକାଉଣ୍ଟର ସୁବିଧା ରହିଛି । ପାରା ମିଲିଟାରୀ ଫୋର୍ସ, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ୟୁନିଭରସିଟି, କଲେଜ ଓ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ତଥା ପ୍ରାଇଭେଟ୍ ସେକ୍ଟର କର୍ମଚାରୀଙ୍କ ପାଇଁ ସାଲାରୀ ଆକାଉଣ୍ଟ ସ୍କିମ୍ ରହିଛି । ଏହି ସାଲାରୀ ଆକାଉଣ୍ଟକୁ ଜିରୋ ବାଲାନ୍ସ ଆକାଉଣ୍ଟ ମଧ୍ୟ କୁହାଯାଇଥାଏ । ତେଣୁ ସାଲାରୀ ଆକାଉଣ୍ଟକୁ ମେଣ୍ଟେନ୍ କରିବା ପାଇଁ କୌଣସି ଅସୁବିଧା ହୋଇନଥାଏ, ଯେଉଁ ସୁବିଧା କେବଳ ସାଲାରୀ ଆକାଉଣ୍ଟଧାରୀଙ୍କୁ ପ୍ରଦାନ କରାଯାଇଥାଏ ।
ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଲାରୀ ପ୍ଲସ୍ ଆକାଉଣ୍ଟ ସ୍କିମରେ ୧ କୋଟିର ଦୁର୍ଘଟଣାଜନିତ ମାଗଣା ଇନସ୍ୟୁରାନ୍ସ ମିଳିଥାଏ । ସ୍କିମରେ ସାଲାରୀ ଆକାଉଣ୍ଟଧାରୀ ଗ୍ରାହକଙ୍କୁ ବ୍ୟାଙ୍କ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ବୀମା ପ୍ରଦାନ କରିଥାଏ । ସାଲାରୀ ଆକାଉଣ୍ଟ ସ୍କିମରେ ୨ ଲକ୍ଷ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ମିଳିଥାଏ । ଓଭରଡ୍ରାଫ୍ଟର ସୁବିଧା ଅବସରରେ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ନଥିବ ତେବେ ମଧ୍ୟ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ ।
ଏଥିରେ ଆକାଉଣ୍ଟ ଧାରୀଙ୍କୁ ଫ୍ରିରେ ଗୋଲ୍ଡ ଇଣ୍ଟରନ୍ୟାସନାଲ କ୍ରେମିଡ୍ କାର୍ଡ ମଧ୍ୟ ଦିଆଯାଇଥାଏ । ଏହାଛଡ଼ା ଗ୍ରାହକଙ୍କୁ ବାର୍ଷିକ ୧୦୦ ଚେକ୍ ଫ୍ରିରେ ମିଳିଥାଏ । ଏହାବ୍ୟତୀତ ଡିମାଟ୍ ଆକାଉଣ୍ଟସ ଉପରେ ଏଏମସି ଚାର୍ଜ ଲାଗୁ ହୋଇନଥାଏ । ତେବେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସାଲାରୀ ଆକାଉଣ୍ଟର ଫାଇଦା ପ୍ରାଇଭେଟ ସେକ୍ଟର କର୍ମଚାରୀ ମଧ୍ୟ ଉଠାଇ ପାରିବେ । ମାସକୁ ୧୦ ହଜାର ଟଙ୍କାର ରୋଜଗାର କରୁଥିବା ଲୋକମାନେ ଏହି ସାଲାରୀ ଆକାଉଣ୍ଟ ଖୋଲି ପାରିବେ । ଏଥିରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ପଡ଼ିନଥାଏ । ସାଲାରୀ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ଟଙ୍କାର ଗ୍ରୁପ୍ ବ୍ୟକ୍ତିଗତ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ମିଳିବା ସହ ଫ୍ରି ଗ୍ଲୋବାଲ ଡେବିଟ୍ କମ୍ ଏଟିଏମ୍ ମିଳିଥାଏ ।